କଙ୍କରୋଡା ବିଜ୍ଞାନ ମହାବିଦ୍ୟାଳୟରେ ଓଡ଼ିଆ ବିଭାଗ ପାଠଚକ୍ର ସହ ବିଦ୍ୟାର୍ଥୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : କଙ୍କରୋଡା ସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ବିଦ୍ୟାର୍ଥୀଙ୍କ ଦ୍ୱାରା ଶନିବାର ମହାବିଦ୍ୟାଳୟ ପରିସରରେ ଏକ ଓଡ଼ିଆ ପାଠଚକ୍ର ଅନୁଷ୍ଠିତ ହେବା ସହ ଓଡ଼ିଆ ବିଭାଗର ବିଦ୍ୟାର୍ଥୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଜେନାଙ୍କ ପୌରହିତରେ ଅନୁଷ୍ଠିତ ଏହି ପାଠଚକ୍ରରେ ମୁଖ୍ୟବକ୍ତା ଭାବେ କଲେଜରେ ପ୍ରାକ୍ତନ ଅଧକ୍ଷ ତଥା ସାହିତ୍ୟିକ ଡ଼. ହରେକୃଷ୍ଣ ନାୟକ, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ କଲେଜ ଅଧକ୍ଷ ଶ୍ରୀଯୁକ୍ତ ପ୍ରଫୁଲ କୁମାର ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ପାଠଚକ୍ରରେ ମୁଖ୍ୟ ବକ୍ତା ଶ୍ରୀ ନାୟକ ସାମାଜିକ ଜୀବନରେ ଶିକ୍ଷାର୍ଥୀଙ୍କ ଉତ୍ତର ଦାୟିତ୍ୱକୁ ଗୁରୁତ୍ୱରୋପ କରିଥିବା ବେଳେ ମାତୃଭୂମିର ସଂସ୍କାର, ମାଆ ମାଟି ମମତାକୁ ଦୁରେଇ ପାଶ୍ଚାତ୍ୟ ଚଳଣି ଅନୁ ଗମନକୁ ନିରସଜିତ କରିଥିଲେ। ମାଉସୀଙ୍କୁ ଭଲ ପାଇବା ନ୍ୟାୟରେ ମାଆକୁ ଭୁଲିଯିବାକୁ ନାପସନ୍ଦ କରିଥିଲେ। ପରିଶେଷରେ ଶେଷ ବର୍ଷର ଶିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯିବା ବେଳେ ବିଦ୍ୟାର୍ଥୀଙ୍କ ମହାବିଦ୍ୟାଳୟରେ କରାଇଥିବା ସମୟର ଅନୁଭୂତିକୁ ପରିପ୍ରକାଶ କରିଥିଲେ। କାର‌୍ୟ୍ୟକ୍ରମରେ ଅଧ୍ୟାପକ ଶ୍ରୀଯୁକ୍ତ ସୀମାଞ୍ଚଳ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବହୁ ଅଧ୍ୟାପିକା, ଅଧ୍ୟାପକ ଓ ମହାବିଦ୍ୟାଳୟ କର୍ମଚାରୀ ସହଯୋଗ କରିବା ସହ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ