ଆଇଡିବିଆଇ ପକ୍ଷରୁ ଏନ୍ଆର୍ଆଇ ଇନଷ୍ଟା-ଅନଲାଇନ୍ ଆକାଉଣ୍ଟ ଉପଲବ୍ଧ
ନୂଆଦିଲ୍ଲୀ, (ଏଜେନ୍ସି): ଆଇଡିବିଆଇ ବ୍ୟାଙ୍କ ପକ୍ଷରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍ଏଟିଏଫ୍) ସଦସ୍ୟ ରାଷ୍ଟ୍ରଗୁଡ଼ିକରେ ବାସ କରୁଥିବା ପ୍ରବାସୀ ଭାରତୀୟଙ୍କ ନିମନ୍ତେ “ଏନ୍ଆର୍ଆଇ-ଇନଷ୍ଟା-ଅନଲାଇନ୍’ ଆକାଉଣ୍ଟ ଖୋଲିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଏହି ପ୍ରକ୍ରିୟାରେ ଆକାଉଣ୍ଟ ଖୋଲିବା ପାଇଁ ପ୍ରତ୍ୟକ୍ଷ ଭାବେ ଆକାଉଣ୍ଟ ଖୋଲିବା ଫର୍ମ ଏବଂ କେୱାଇସି ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବନି । ତେଣୁ ଏହା ବିଦେଶରେ ବାସ କରୁଥିବା ଏନ୍ଆର୍ଆଇଙ୍କ ପାଇଁ ବଡ଼ ଧରଣର ଆଶ୍ୱସ୍ତି ସାବ୍ୟସ୍ତ ହେବ । ଯେଉଁ ଏନ୍ଆର୍ଆଇମାନେ ଏହି ବ୍ୟାଙ୍କ୍ରେ ଆକାଉଣ୍ଟ ଖୋଲିବାକୁ ଚାହିଁବେ ସେମାନେ ବ୍ୟାଙ୍କ୍ର ୱେବସାଇଟ୍ର ୱେବ୍ ମଡ୍ୟୁଲ୍ ହାସଲ କରି ସମର୍ଥିତ କାଗଜପତ୍ର ଦାଖଲ କରିବା ସହ ଶାଖା ଚୟନ କରିପାରିବେ । ସଫଳତାର ସହ ଅପ୍ଲୋଡ୍ ଏବଂ ସ୍କାନ୍ ହୋଇଥିବା କାଗଜପତ୍ର ଯାଞ୍ଚ ପରେ ତୁରନ୍ତ ଆକାଉଣ୍ଟ ଖୋଲିଯିବ । ଏହାପରେ ଗ୍ରାହକଙ୍କ ନିକଟକୁ ଇଲେକ୍ଟ୍ରୋନିକ୍ସ ପରାମର୍ଶ ଆସିଯିବ । ଏହା ହେଉଛି ଏକ ଗ୍ରାହକ ଅନୁକୂଳ ଅଭିଯାନ, ଯାହା ଏନ୍ଆର୍ଆଇମାନଙ୍କୁ ବିନା ଶାଖା ପରିଦର୍ଶନ କରି ଏବଂ ପ୍ରତ୍ୟକ୍ଷ କାଗଜପତ୍ର ଦାଖଲ ବିନା ଆକାଉଣ୍ଟ ଖୋଲିବାରେ ବିଶେଷ ସହାୟକ ହେବ ।