ଆଇନସେବା ପ୍ରାଧିକରଣ ପକ୍ଷରୁ ରେସୱା ସ୍ୱାଧାରଗୃହରେ କୋଭିଡ ସଚେତନତା
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସହରର ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହରେ କୋଭିଡ-୧୯ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପାରସ ପାଢୀ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜରିନ ଖାନ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସବିତା ପଣ୍ଡା ପ୍ରମୁଖ ଯୋଗଦେଇ ରେସୱାର ଅନ୍ତେବାସୀମାନଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ସମ୍ପର୍କରେ ସଚେତନ କରାଇଥିଲେ । ପ୍ରତ୍ୟେହ ବାରମ୍ବାର ହାତକୁ ସାବୁନରେ ସଫା କରିବା, ନିଜ ନିଜ ମଧ୍ୟରେ ସାମାଜିକ ଦ୍ୱରତା ରକ୍ଷା କରିବା ସହିତ ମୁହଁରେ ମାସ୍କ ପିନ୍ଧିବାକୁ ଅନ୍ତେବାସୀମାନଙ୍କୁ ପରାମର୍ଶ ଦେଇଥିଲେ । ସମାଜସେବୀ ସେକ ଲିୟାକତ ହୋସେନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀକାନ୍ତ କୁମାର ସ୍ୱାଇଁ, ରେସୱା ସ୍ୱାଧାର ଗୃହର ପରିଚାଳିକା ମିନତୀ ମହାରଣା, କର୍ମକର୍ତ୍ତା ରେନୁଜା ରାଉତରାୟଙ୍କ ସମେତ ୩୦ଜଣଙ୍କ ସହ ୭ଜଣ ଶିଶୁ ଅନ୍ତେବାସୀ ଉପସ୍ଥିତ ଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସାବୁନ, ମାସ୍କ, ବିସ୍କୁଟ, ଡେଟଲ ହ୍ୟାଣ୍ଡୱାସ ପ୍ରଭୃତି ଅନ୍ତେବାସୀମାନଙ୍କୁ ବୀତରଣ କରାଯାଇଥିଲା ।