ଆଇପିଏଲ ରେ ମୁହାମୁହି ହେବେ ସିଏସକେ-ମୁମ୍ବାଇ

ଚାଲିଛି ଆଇପିଏଲ ମହାଟକ୍କର । ଆଜି ମୁହାଁମୁହିଁହେବେ ଇଣ୍ଡିଆନ୍ ପ୍ରିମିୟର ଲିଗର ପ୍ରମୁଖ ପ୍ରତିଦ୍ୱନ୍ଦୀ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗସ । ଏହି ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସର ହୋମ ଗ୍ରାଉଣ୍ଡ ୱାଙ୍ଖଡ଼େରେ ରାତି ୮ଟାରେ ଖେଳାଯିବ । ତେବେ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ହାଇଭୋଲଟେଜ୍ ମ୍ୟାଚ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି । କାରଣ ଉଭୟ ଦଳ ଯେତେଥର ଆଇପିଏଲ ଇତିହାସରେ ସାମ୍ନାସାମ୍ନି ହୋଇଛନ୍ତି କଡ଼ା ମୁକାବିଲା ଦେଖିବାକୁ ମିଳିଛି । ସେପଟେ ଚଳିତ ଆଇପିଏଲ ସଂସ୍କରଣରେ ବର୍ତ୍ତମାନ ସୁଦ୍ଧା ଚେନ୍ନାଇ ଦଳ ପ୍ରଥମ ୩ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବାବେଳେ ରୋହିତ ବ୍ରିଗେଡ଼ର ମୁମ୍ବାଇ ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ପରାଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ଚେନ୍ନାଇ ଏହି ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଏକ ନମ୍ବର ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବାକୁ ଥିବାବେଳେ ମୁମ୍ବାଇ ମଧ୍ୟ ହୋମଗ୍ରାଉଣ୍ଡରେ ମ୍ୟାଚ ଜିତି ପଏଣ୍ଟ ଟେବୁଲରେ ଡ଼ିଆଁ ମାରିବାକୁ ଅପେକ୍ଷା କରିଛି ।କିନ୍ତୁ ଏହାରି ମଧ୍ୟରେ ଉଭୟ ଦଳ ୱାଙ୍ଖଡ଼େ ଗ୍ରାଉଣ୍ଡରେ ଅଭ୍ୟାସ ସହ ମଜାମଜଲିସ କରୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ