ଆଇସୋଲେସନ୍ କକ୍ଷ ଅନୁଧ୍ୟାନ କଲେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ

ଛତ୍ରପୁର : ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କରୋନା ସିନ୍ଦିଗ୍ଧ ରୋଗୀଙ୍କ ପାଇଁ ଖୋଲାଯାଇଥିବା ଆଇସୋଲେସନ୍ କକ୍ଷକୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ ତଦାରଖ କରିଛନ୍ତି । ଏଥିସହ ଡାକ୍ତରଖାନା ପରିସର ଓ ରୋଗୀଙ୍କ ନିମନ୍ତେ ରହିଥିବା ସମସ୍ତ କକ୍ଷ ଓ ଶଯ୍ୟା ଗୁଡିକର ପରିଷ୍କାର ପରିଚ୍ଛନ୍ନତାକୁ ତଦାରଖ କରିଥିଲେ । ଡାକ୍ତରଙ୍କ ଠାରୁ ଆରମ୍ଭ କରି ସମସ୍ତ କର୍ମଚାରୀମାନେ ମାସ୍କ୍ ପରିଧାନ କରିବା ସହ ରୋଗୀ ଏବଂ ରୋଗୀ ସଂପର୍କୀୟଙ୍କୁ ବାରମ୍ବାର ସାବୁନ୍‌ରେ ହାତ ଧୋଇବା, ଜ୍ୱର, କାଶ, ଛିଙ୍କ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ବ୍ଲକ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର କାହ୍ନୁ ଚରଣ ପାତ୍ର, ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶିଶିଲ ରେଡ୍ଡୀ, ଆୟୁଷ ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ଜନ ସଂପ୍ରାସରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ବିପିଏମ୍ ସିମାଞ୍‌ଚଳ ପ୍ରଧାନଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ