ଆଇ ମିତ୍ରା ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବେଲଗୁଣ୍ଠା(ଶିବରାମ ଚୌଧୁରୀ):ସ୍ଥାନୀୟ ଅବସର ପ୍ରାପ୍ତ କର୍ମଚାରୀ ସଂଘ ଗୃହରେ ଆଇ ମିତ୍ରା ତରଫରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇସାରିଛି। ଏଥିରେ ପ୍ରାୟ ୭୦ ଜଣ ଆଖୀ ପରୀକ୍ଷା କରାଇଥିଲେ। ବେଲଗୁଣ୍ଠା ର ଆଇ ମିତ୍ରା ଅପ୍ଟିସିଆନ ସୁଧୀର ମହାରଣା ଏବଂ ବ୍ରହ୍ମପୁର ରୁ ଆସିଥିବା ସମ୍ଭବ ଫାଉଣ୍ଡେସନ ଟିମ ର ସଦସ୍ୟ ମାନେ କମ୍ପ୍ୟୁଟର ମାଧ୍ୟମରେ ଚକ୍ଷୁ ପରୀକ୍ଷା କାର୍ଯ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯଥା ଦିଲ୍ଲୀପ ଆଚାରୀ ,ରଜନୀ ମହାପାତ୍ର,
ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ସଂପାଦକ ସୁଶାନ୍ତ ମିଶ୍ର ଏବଂ ଶିବରାମ ଚୌଧୁରୀ ପ୍ରମୁଖ ଯୋଗଦେଇ ଆଗାମୀ ଦିନ ମାନଙ୍କରେ ପ୍ରତି ପଞ୍ଚାୟତରେ ଏଭଳି ଶିବିର ଆୟୋଜନ କରିଲେ ବହୁତ ଲୋକ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ