ଆକାଂକ୍ଷା ମହିଳା ସଂଗଠନ ତରଫରୁ ଉତ୍କଳ ଦିବସ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ କରାଯାଇଥିଲା । ପ୍ରଥମେ ଆକାଂକ୍ଷା ମହିଳା ସଂଗଠନର କର୍ମକର୍ତ୍ତା ମାନେ ଗାନ୍ଧୀ ଛକ ଠାରେ ଥିବା ଗଜପତି ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଳା ପ୍ରଦାନ କରିଥିଲେ । ପରମୁହୁର୍ତ୍ତ ରେ ପାରଳାଖମୁଣ୍ଡି ସ୍ଥିତ ୟୁଟେକ୍ କମ୍ପ୍ୟୁଟର କେନ୍ଦ୍ର ରେ ସଭାର ଆୟଜନ କରାଯାଇଥିଲା। ଏହି ସଭା ରେ ଆକାଂକ୍ଷା ମହିଳା ସଂଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣଗ୍ରାହୀ ସଭାପତିତ୍ବ ଆସନ ଅଳଙ୍କୃତ କରି ସଭା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରୋଜ୍ଜୋଳନ କରାଯିବା ପରେ ଆକାଂକ୍ଷା ମହିଳା ସଂଗଠନର ଉପଦେଷ୍ଟା ଶ୍ରୀମତୀ ସ୍ଵର୍ଣ୍ଣପ୍ରଭା ପାଠୀ ଅତିଥି ମାନଙ୍କୁ ମଞ୍ଚାସିନ ହେବା ପାଇଁ ସ୍ବାଗତ ଜଣାଇବା ସହ ବଂନ୍ଦେ ଉତ୍କଳ ଜନନୀ ଗାନ କରି ଥିଲେ। ମହିଳା ବିଦ୍ୟାଳୟ ର ଅଧ୍ୟାପିକା ଡଃ.କଲ୍ୟାଣୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସେବନିବୃତ ବ୍ୟାଙ୍କ୍ ଅଧିକାରୀ ଶ୍ରୀ ହରିମୋହନ ପଟ୍ଟନାୟକ ପାରଳାଖମୁଣ୍ଡି ର ପୂର୍ବ ପୁରୁଷମାନଙ୍କର ଗୌରୋବ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥି ସହିତ ଅନ୍ୟତମ ଅତିଥି ସିଦ୍ଧାନ୍ତ ସାହିତ୍ୟ ପତ୍ରିକା ର ସମ୍ପାଦିକା ଶ୍ରୀମତୀ ରୀତା ଚୌଧୁରୀ, ୟୁଟେକ କମ୍ପ୍ୟୁଟର ସେଣ୍ଟର୍ ର ନିର୍ଦେଶକ ଶ୍ରୀ ଲୋକନାଥ ମିଶ୍ର ଯୋଗ ଦେଇ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ଵତନ୍ତ୍ର ଉତ୍କଳ ଗଠନ ସଂପର୍କରେ ବୁଝାଇଥିଲେ। ଆକାଂକ୍ଷା ମହିଳା ସଂଗଠନର ସମ୍ପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଉତ୍କଳ ସମ୍ମଳନୀର ତାତ୍ପର୍ଯ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ। ଶିକ୍ଷକ ଶ୍ରୀ ତ୍ରୀପତି ପଣ୍ଡାଛାତ୍ର ଛାତ୍ରୀ ଙ୍କ ବହୁମୁଖୀ ବା ସମୋଗ୍ରୀକ ଶିକ୍ଷା ଉପରେ ବୁଝାଇଥିଲେ। ଅବୋସର ପ୍ରାପ୍ତ ଶିକ୍ଷକ ଶ୍ରୀ ନରସିଂହ ଗୌଡ଼ ଗଜପତି ମହାରାଜାଙ୍କ ତ୍ୟାଗ ସମ୍ପର୍କରେ ବୁଝାଇଥିଲେ। ପରେ ଛାତ୍ର ଛାତ୍ରୀ ଙ୍କ ଭିତରେ ଦେଶାତ୍ମପ୍ରିତି ବଢ଼ାଇବା ସକାଶେ ଦେଶାତ୍ମବୋଧକ ସଙ୍ଗୀତ ଗାନ ର ପ୍ରତିଯୋଗିତା କରାଯାଇଥିଲା। ସେଥିମଧ୍ୟରୁ  ପାଞ୍ଚ ଜଣ ଛାତ୍ର ଛାତ୍ରୀ ଯଥା ସୁଧାମଣି ଲିମା, ସୀତା ଭୂୟାଁ, କଳ୍ପନା ନାଗବଂଶ ଓ ସୁଧିନ ମଣ୍ଡଳ ଙ୍କୁ ପ୍ରୋତ୍ସାହନ ରାଶି ସହିତ ପୁଷ୍ପ ଗୁଚ୍ଛ ଦେଇ ଉତ୍ସାହିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଶିଶୁକଲ୍ୟାଣ ସମିତିର ଅଧ୍ୟକ୍ଷା ଶ୍ରମତୀ ଅଳକା ସାହୁ, ସଖୀ ଓନ୍ ଷ୍ଟପ ସେଣ୍ଟର୍ ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ଭଗ୍ୟଲକ୍ଷ୍ମି ନାୟକ, ପ୍ରଣତି ଦାସ, ମଞ୍ଜୁଳା ଚୌଧୁରୀ, ମୋହିନୀ ପ୍ରଧାନ, ଅନିତା ମିଶ୍ର, ଚିଲ୍ଡଲାଇନ ର ଜିଲ୍ଲା ସଂଯୋଜକୋ ଶ୍ରୀ ନାଗେଶ୍ଵର ଚୌଧୁରୀ, ବୋମଲି ସୌଜନ୍ୟା, ଗଙ୍ଗା ଶବର ଉପସ୍ଥିତ ରହି ସଭା କୁ ସଫଳ କରିଥିଲେ। ସର୍ବଶେଷରେ ଶ୍ରୀମତୀ ସୁପ୍ରଭା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ