ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ରଙ୍ଗମଞ୍ଚ ଠାରେ ଉତ୍କଳ ଦିବସ ଉପଲକ୍ଷେ ଏକ ଦେଶାତ୍ମକବୋଧ ସଙ୍ଗୀତ କାର୍ଯ୍ୟକ୍ରମ “ବନ୍ଦେ ଉତ୍କଳ ଜନନୀ” ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ , ଜିଲ୍ଲା ସଂସ୍କୃତି ପରିଷଦ ର ମିଳିତ ଆନୁକୁଲ୍ୟରେ ଆୟୋଜତ ଏହି କାର୍ଯ୍ୟକ୍ରମ ର ମୁଖ୍ୟ ସଂଯୋଜକ ଥିଲେ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ପଣ୍ଡା, ସହୋ ଯୋଗି ଅନୁଷ୍ଠାନ କ୍ରିଏଟିଭ ଆର୍ଟସ ର ସଭାପତି ନୃସିଂହ ଚରଣ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସଂସ୍କୃତି ବିଭାଗ ଦ୍ବାରା ଚୟନ କରାଯାଇଥିବା ୧୨ ଗୋଟି ଓଡ଼ିଆ ଗୀତ କୁ ପାରଳାଖେମୁଣ୍ଡିର ପୁରାତନ ତଥା ଅଗ୍ରଣୀ ସଙ୍ଗୀତ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ର କଳାକାର ଙ୍କ ସହ ବ୍ରହ୍ମପୁର ରୁ ଆସିଥିବା ସାଥୀ କଳାକାର ମାନେ ପରିବେଷଣ କରିଥିଲେ। ସମସ୍ତ ଗୀତ କୁ ଗୁରୁ ରଘୁନାଥ ପାତ୍ର ନିଜେ ସ୍ଵର୍ ସଂଯୋଜନା କରିଥିବା ବେଳେ ବ୍ରହ୍ମପୁରର ଯନ୍ତ୍ରଶିଳ୍ପୀ ମାନେ ସୁନ୍ଦର ଭାବେ ସଙ୍ଗୀତ ରେ ସହଯୋଗ କରିଥିଲେ, ଏହି ଅବସରରେ କଣ୍ଠଶିଳ୍ପୀ ଚନ୍ଦନ ଗନ୍ତାୟତ, ପ୍ରଭାତ ପାତ୍ର ଓ ବିଶିଷ୍ଟ ତବଲା ବାଦକ ଅଭୟେନ୍ଦୁ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ଵାଗତ ଭାଷଣ ଆଦର୍ଶ ଦାସ ଦେଇଥିବା ବେଳେ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସଙ୍ଗୀତ କାର୍ଯ୍ୟକ୍ରମ କୁ ମନୋଜ ପାଢ଼ୀ ସଂଯୋଜନା କରିଥିବା ବେଳେ, ସମସ୍ତ କାର୍ଯ୍ୟକ୍ରମ କୁ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ଦୀପକ ପଟ୍ଟନାୟକ, ସ୍ନିଗ୍ଧା ମିଶ୍ର, ରାଜେନ୍ଦ୍ର ରଥ ରାଜା ପାତ୍ରଙ୍କ ସହ ଭକ୍ତି ସଙ୍ଗୀତ ସଂସଦ ଓ କ୍ରିଏଟିଭ ଆର୍ଟସ କଳାକାର ମାନେ ପରିଚାଳନା କରିଥିଲେ ।


