ଆକାଂକ୍ଷା ମହିଳା ସଂଗଠନ ପକ୍ଷରୁ ରକ୍ଷାବନ୍ଧନ
ପାରଳାଖେମୁଣ୍ଡି ,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ମହିଳା ସଂଗଠନ ତରଫରୁ ପାରଳାଖେମୁଣ୍ଡି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ପୋଲିସ କାର୍ଯ୍ୟାଳୟ ପରିସରରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି । ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ପରେ ବୃକ୍ଷ୍ୟରୋପଣ କରାଯାଇ୍ଥିଲା । ଏହା ସହ ବୃକ୍ଷ ମନୁଷ୍ୟର ଜୀବନ । ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବା ସହ ବୃକ୍ଷ୍ୟ ହେଉଛି ଆମର ପ୍ରକୃତ ବନ୍ଧୁ । ଏହା ପରେ ନିକଟରେ ଥିବା ଗଛ ଗୁଡିକରେ ରାକ୍ଷୀ ବାନ୍ଧିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଶ୍ରୀମତି ଅପର୍ଣ୍ଣା ମିଶ୍ର ଯୋଗ ଦେଇଥିବା ବେଳେ ସୁଂଧାଶୁ ପୃଷ୍ଟି ଏହା ସହ ଅନ୍ୟନ୍ୟ ଛାତ୍ର ଛାତ୍ରୀ ମାନେ ଯୋଗ ଦେଇଥିଲେ । ସେହିପରି ପୋଲିସ କାର୍ଯ୍ୟାଳୟ ପରିସରରେ ମଧ୍ୟ ରାକ୍ଷା ବନ୍ଧନ କାର୍ଯ୍ୟକ୍ରମରେ ଅନୁଷ୍ଟିତ ହୋଇଯାଇଥିଲା ।ଏହି କାର୍ଯ୍ୟକ୍ମମରେ ପୋଲିସ ଆମର ପ୍ରକୃତ ବନ୍ଧିୁ କାରଣ ନାରୀ ମାନଙ୍କ ସୁରକ୍ଷା ଓ ଶିଶୁ ମାନଙ୍କ ସୁରକ୍ଷା ଉପରେ ଓ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ପୋଲିସର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଏହି ପବିତ୍ର ଦିବସରେ ଥାନା ଆଇଆଇସି ଶ୍ରୀ ବିବେକାନନ୍ଦ ,ଏ ଏମ୍ ଆଇ ଶ୍ରୀ ପ୍ରସନ୍ନ କୁମାର ପାଟଶାଣୀ ,,ସୁନିଲ କୁମାର ପାତ୍ର ,ଶ୍ରୀ ଗୋପାଳ ପଣ୍ଡା ,ଓ ଅନ୍ୟାନ୍ୟ ପୋଲିସ ଅଧି୍କାରୀଙ୍କୁ ରାକ୍ଷୀ ବାନ୍ଧିଥିଲେ ଆକାଂକ୍ଷା ମହିଳା ସଂଗଠନର ସଭାନେତ୍ରୀ ଶ୍ରୀମତି ମୀନାଖି ସାହୁ ,ସଂପାଦିକା ମୀନା କୁମାରୀ ,ଉପସଭାନେତ୍ରୀ ଅନିତା ମିଶ୍ର ,ତନୁଜା ଶତପଥୀ ,ତନୁଜା ଶତପଥୀ ,ସତ୍ୟବତୀ ପାଢୀ ,ଓ ଅନ୍ୟାନ୍ୟ ସଦସ୍ୟ ଗଣ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।