ମାଟ୍ରିକ ଟପରଙ୍କୁ ସମ୍ୱର୍ଦ୍ଧିତ କଲେ ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ
ଯାଜପୁର : ସ୍ୱାଧୀନତା ଦିବସ ଅବସରରେ ଚଳିତ ବର୍ଷ ମାଟ୍ରିକ ସାର୍ଟିପିଂକେଟ୍ ପରୀକ୍ଷାରେ ସର୍ବାଧିକ ନମ୍ୱର ହାସଲ କରିଥିବା ଚ୍ଥାତ୍ର ଓ ଚ୍ଥାତ୍ରୀଙ୍କୁ ବିଦ୍ୟାଳୟ ଓ ଗଣିଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସମ୍ୱର୍ଦ୍ଧିତ କରିଚ୍ଥନ୍ତି । ଏନ୍.ସି. କଲେଜ ପଡିଆ ଠାରେ ଜାତୀୟ ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମନ୍ତ୍ରୀ ଦାଶ ବାଳକ ବର୍ଗରେ ସର୍ବାଧିକ ନମ୍ୱର ହାସଲ କରିଥିବା ଧର୍ମଶାଳା ବ୍ଳକ ବାଇସିମୈାଜା ଧନଞ୍ଜୟ ବିଦ୍ୟାପୀଠର ଚ୍ଥାତ୍ର ସତ୍ୟଜିତ ନାୟକ ଓ ବାଳିକା ବର୍ଗରେ ଯାଜପୁର ଜିଲ୍ଳ୍ା ସ୍କୁଲର ଚ୍ଥାତ୍ରୀ ଦେବଦତ୍ତା ଦାଶଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ସତ୍ୟଜିତ୍ ଉପସ୍ଥିତ ରହି ପୁରସ୍କାର ନେଇଥିବା ବେଳେ ଦେବଦତ୍ତା ଅନୁପସ୍ଥିତ ଥିବାରୁ ତାଙ୍କ ତରପଂରୁ ଜିଲ୍ଳ୍ା ସ୍କୁଲର ଜନୈକ ଶିକ୍ଷକ ସମ୍ମାନ ଗ୍ରହଣ କରିଥିଲେ । ସତ୍ୟଜିତ୍ଙ୍କୁ ଖଗେଶ୍ୱର ସାମଲ ସ୍ମାରକୀ ଟ୍ରପିଂ ସହ ତିନି ହଜାର ଟଂକା, ଉର୍ମିଳା ସାହୁ ଟ୍ରପିଂ ସହ ୧୧୦୦ ଟଂକା ଓ ଦେବଦାଙ୍କୁ ଅନନ୍ୟା ସାହିତ୍ୟ ସଂସଦ ପକ୍ଷରୁ ଶୁଭଶ୍ରୀ ନନ୍ଦ ସ୍ମରକୀ ଟ୍ରପିଂ ସହ ୧୫୦୦ ଟଂକା ପ୍ରଦାନ କରାଯାଇଥିଲା । ମନ୍ତ୍ରୀ ଦାଶଙ୍କ ସହ ଜିଲ୍ଳ୍ାପାଳ ରଂଜନ କୁମାର ଦାସ , ଏସ୍.ପି. ଚରଣ ସିଂ ମିନା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।


