ବରିଷ୍ଟ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ ସହ ରାକ୍ଷୀ ବାନ୍ଧିଲେ ମହିଳା ପୋଲିସ

ହିଂଜିଳିକାଟ (ଶେଷଦେବ ସାହୁ): ହିଂଜିଳି ଥାନା ପକ୍ଷରୁ ପୂର୍ବାହ୍ନରେ ଥାନା ପରିସରସ୍ଥ ଅଭ୍ୟର୍ଥନା କକ୍ଷ ପରିସରରେ ଅଂଚଳର ବରିଷ୍ଟ ନାଗରିକ ସୁରକ୍ଷା ମଂଚ ଓ ଆମ ପୋଲିସ ସମିତିର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଂଚଳର ବରିଷ୍ଟ ନାଗରିକ ମାନେ କିଭଳି ହାତ ପାହାନ୍ତାରେ ପୁଲିସ ପ୍ରଶାସନ ପକ୍ଷରୁ ସହାୟତା ମିଳିପାରିବ ସେ ନେଇ ମତପ୍ରକାଶ ପାଇଥିଲା । ସପ୍ତାହକୁ ଥରେ ଅଂଚଳର ସମସ୍ତ ବରିଷ୍ଟ ନାଗରିକ ମାନଙ୍କ ସହ ପୁଲିସ ପ୍ରଶାସନ ପକ୍ଷରୁ ସାକ୍ଷାତ କରାଯାଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇଆଇସି କହିଥିଲେ । ବୈଠକରେ ବରିଷ୍ଟ ନାଗରିକ ମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବା ସହ ଥାନା ଏସଆଇ ମମତା ସାମନ୍ତ ବରିଷ୍ଟ ନାଗରିକ ମାନଙ୍କୁ ରାକ୍ଷୀ ବାନ୍ଧି ଭାଇ- ଭଉଣୀ ସ୍ନେହ ମମତାରେ ବାନ୍ଧି ନୂତନ ସମ୍ପର୍କ ସ୍ଥାପନ କରିଥିଲେ । ଏ.ଏସ, ଆଇ ତଥା ବରିଷ୍ଟ ନାଗରିକ ସୁରକ୍ଷା ମଂଚର ଅଧିକାରୀ ରାଜନ ବିଷୋୟୀ ସଦା ସର୍ବଦା ଅଂଚଳର ବରିଷ୍ଟ ନାଗରିକ ମାନଙ୍କୁ ସୁରକ୍ଷା ପ୍ରଦାନ କରି ଆସୁଥିବାରୁ ମଂଚ ପକ୍ଷରୁ ସାଧୁବାଦ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ହିଂଜିଳିର ପୂର୍ବତନ ବିଧାୟକ ହରିହର ସାହୁ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ମୁରଲି ଗୌଡ଼, ଗୋକୁଳାନନ୍ଦ ସାହୁ, ଉପେନ୍ଦ୍ର ପାତ୍ର, ଭାସ୍କର ସାହୁ, ଗନ୍ତାୟତ ସ୍ୱାଇଁ, କ୍ଷେତ୍ରବାସି ବେହେରା, ରଘୁନାଥ ଦାଶ, ଉପେନ୍ଦ୍ର ବାଡ଼ତ୍ୟା, ହରିବନ୍ଧୁ ସାହୁ, ରଘୁନାଥ ବିଷୋୟୀ, ତ୍ରିନାଥ ପଣ୍ଡା, ସତ୍ୟ ନାରାୟଣ ନାୟକ, ବିପ୍ର ଚରଣ ଦାଶ, ପଦ୍ମ ଲୋଚନ ଦାଶ, ବାଉରିବନ୍ଧୁ ତ୍ରିପାଠୀଙ୍କ ସମେତ ଅଂଚଳର ବହୁ ବରିଷ୍ଟ ନାଗରିକ ଓ ଆମ ପୋଲିସ ସମିତିର ସଦସ୍ୟ ମାନେ ଆୟୋଜିତ ବୈଠକରେ ଅଂଶ ଗ୍ରହଣ କରିଥିଲେ ।ଏସ. ଆଇ ପ୍ରଦିପ୍ତ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଏ.ଏସ.ଆଇ. ବିଦେଶୀ ସେଠି,ହାବିଲଦାର ରାଜିବ କୁମାର ପାଢି, ସୁବାଷ ଚନ୍ଦ୍ର ଅଧିକାରୀ଼ ଓ ଥାନା କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ