ଆକାଶବାଣୀ କେନ୍ଦୁଝରର ୩୭ ତମ ସ୍ବନକ୍ଷତ୍ର ଦିବସ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):୧୯୮୮ ମସିହା ନଭେମ୍ବର ମାସ ୨୯ ତାରିଖରେ ୧୮୯.୩ମିଟର ତଥା ୧୫୮୪ କିଲୋହର୍ଜ ଯୋଗେ କେନ୍ଦୁଝର ର ଘୁଟୁରୁ ହୁଡ଼ି ଉପରେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ପ୍ରସାରଣ ଆରମ୍ଭ ହୋଇଥିଲା କେନ୍ଦୁଝରରେ । ସେହିଦିନ ଠାରୁ ନିରବିଛନ୍ନ ଭାବେ ଆକାଶବାଣୀ ଶ୍ରୋତାଙ୍କ ରୁଚିକୁ ଆଖି ଆଗରେ ରଖି ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରି ଆସୁଛି। ଆଜି ଏହି କେନ୍ଦ୍ର ତାହାର ୩୭ ତମ ସ୍ଵନକ୍ଷତ୍ର ଦିବସ ଏକ ଭବ୍ୟ ସାମାରୋହ ମାଧ୍ୟମରେ ପାଳନ କରିଛି। ଏହି ଉପଲକ୍ଷେ ଆୟୋଜିତ ଏକ ନିରାଡମ୍ବର ଉତ୍ସବରେ ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଅତମେଶ୍ବର ଝା, କାର୍ଯ୍ୟକ୍ରମ ନିଷ୍ପାଦିକା ଅନିତା ତିର୍କୀ, ସହକାରୀ ଯନ୍ତ୍ରୀ ସତୀଶ କୁମାର ଚାକି, ପୂର୍ବତନ ସହକାରୀ ନିର୍ଦ୍ଦେଶକ ଜୟରାମ ମୁଣ୍ଡା, ଅବସରପ୍ରାପ୍ତ ଘୋଷକ ସୁପାଇ ମୁର୍ମୁ, ଅଧ୍ୟାପକ ତଥା ଆକାଶବାଣୀର ନିୟମିତ ଶ୍ରୋତା ଅମୀୟ ସାମନ୍ତରାୟ ପ୍ରମୁଖ ମଞ୍ଚାସିନ ଥିଲେ। ଆକାଶବାଣୀ କେନ୍ଦୁଝର କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀଯୁକ୍ତ ଆତମେଶ୍ବର ଝା ସଭାପତିତ୍ବରେ ଆଯୋଜିତ ଏହି କାର୍ଯ୍ୟକ୍ରମରେ ଅତିଥିମାନେ ପ୍ରଥମେ ପ୍ରଦ୍ବୀପ ପ୍ରକଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କେନ୍ଦୁଝରର ସୁରନିକେତନ ର କଳାକାରଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା।ଦୀର୍ଘ ୩୬ ବର୍ଷ ବର୍ଷ ଧରି ଆକାଶବାଣୀ କେନ୍ଦୁଝର କେନ୍ଦ୍ର କେନ୍ଦୁଝର ଜିଲାର ଲୋକ ସଂସ୍କୃତି ଲୋକକଳା, ଲୋକ ବାଦ୍ୟ ଲୋକ ନୃତ୍ୟ ଓ ଲୋକାଚାର ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ନିୟମିତ ଭାବେ ପରିବେଷଣ କରି ଆସୁଥିବା ବେଳେ ଏହି କାର୍ଯ୍ୟକ୍ରମ ସବୁ କେବଳ ଯେ ମନୋରଞ୍ଜନ ଧର୍ମୀ ହୋଇପାରିଛି ତାହା ନୁହେଁ ବରଂ ବେଶ ଉପାଦେୟ ତଥା ଶିକ୍ଷଣିୟ ହୋଇପାରିଛି ବୋଲି ଓ ଆକାଶବାଣୀ କେନ୍ଦ୍ରର ସହକାରୀ ନିର୍ଦେଶକ କାର୍ଯ୍ୟକ୍ରମ ନିଜ ଅଭିଭାଷଣରେ କହିଥିଲେ। ଅବସର ବିନୋଦନ କେନ୍ଦ୍ରର ସମ୍ପାଦକ ଧରଣୀ ପାତ୍ର ଆକାଶବାଣୀ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରି କେନ୍ଦୁଝର ଆକାଶବାଣୀ ସଫଳତାର ପାହାଚ ଚଢିବା ସହିତ ଜିଲ୍ଲାର ଲୋକଙ୍କ ପାଖରେ ସଠିକ୍ ଭାବେ ବେତାର ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚି ପରୁଛି ବୋଲି କହିଥିଲେ। ଏହି ଅବସରରେ ଆକାଶବାଣୀ କେନ୍ଦୁଝର ଶ୍ରୋତାମ କରାଯାଇ ଦୁଝର କେନ୍ଦ୍ରର ନିଯମିତ ତାମାନଙ୍କୁ ବିଶେଷ ଭାବେ ସମ୍ବଦ୍ଧିତ ଯାଇଥିଲା। ଆକାଶବାଣୀ କେନ୍ଦୁଝର କେନ୍ଦ୍ରର ଅରବିନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ସମସ୍ତ କର୍ମଚାରୀ ଓ କାର୍ଯ୍ୟକ୍ରମ ଘୋଷକ, ଘୋଷିକା, ଉପସ୍ଥାପକ ଓ ଉପସ୍ଥାପିକାଙ୍କ ଗହଣରେ ଏହି ଜନ୍ମଦିନ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ଅନେକ ନିୟମିତ ଶ୍ରୋତା ମଧ୍ୟ ଯୋଗ ଦେଇ ନିଜ ନିଜର ଉପଲବ୍ଧି ପ୍ରକାଶ କରିଥିଲେ। ଅକାଶବାଣୀ କେନ୍ଦୁଝର ଏବେ ୧୦୦.୧ ମିଟର ଏଫଏମ ଯୋଗେ ନିଜର କାର୍ଯ୍ୟକ୍ରମ ପ୍ରସାରଣ କରୁଥିବାରୁ ତାହା ଅଧିକ ସ୍ପଷ୍ଟ ଶୁଭା ଯାଉଛି ଓ ଦୁଟି ପର୍ଯ୍ୟନ୍ତ ଶୁଣି ପାରୁଥିବା ଶ୍ରୋତା ମାନେ କହିଥିଲେ। ଆକାଶବାଣୀ କେନ୍ଦୁଝରର ନମସ୍କାର କେନ୍ଦୁଝର, ହାଲୋ ଆକାଶବାଣୀ, ଯୁବବାଣୀ, ଶିଶୁରାଇଜ, ରଙ୍ଗବେରଙ୍ଗ, ବସୁନ୍ଧରା, ଆମ ଚାଷବାସ, ଆଳାପ, ଆଲୋଚନା, ଆଜିର ଅତିଥି, ପରି କାର୍ଯ୍ୟକ୍ରମ ଲୋକଙ୍କର ରୁଚିକୁ ନେଇ ପରିବେଷଣ କରାଯାଉଥିବା କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଝା ପ୍ରକାଶ କରିଥିଲେ। ଶ୍ରୋତାଙ୍କ ରୁଚିକୁ ଆଖି ଆଗରେ ରଖି ଆଗାମୀ ଦିନରେ ଆହୁରି ଭଲ ଭଲ ମନକୁ ଛୁଇଁବା ପରି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦିଗରେ ଆକାଶବାଣୀ କାର୍ଯ୍ୟ କରୁଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଘୋଷିକା କୁମୁଦିନି ରାଉତ ଓ ଉପସ୍ଥାପକ ପ୍ରଶାନ୍ତ କୁମାର ପଲେଇ ମଞ୍ଚ ପରିଚାଳନା କରିଥିଲେ।