ଆଗାମୀ ନିର୍ବାଚନରେ କେତେ ସହାୟକ ହେବ

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକରେ ଗତ କିଛି ମାସ ଧରି ବିଜେଡିର ଗୋଳିଆ ରାଜନୀତି ଦେଖିବାକୁ ମିଳିଛି । ଦୀର୍ଘ ବର୍ଷ ଧରି ଦଳ ପାଇଁ କାର୍ଯ୍ୟ କରିଆସିଥିବା ଏବଂ ସଂଗଠନକୁ ମଜବୁତ କରିଥିବା ନେତା ଓ କର୍ମୀ ମାନଙ୍କୁ ଅଣ ଦେଖା କରାଯାଉଥିବା ଦେଖାଯାଇଛି । ଗୋଟିଏ ପଟେ ଅନ୍ୟ ଦଳରୁ ନେତା ଓ କର୍ମୀ ମାନଙ୍କୁ ବିଜେଡି ଦଳକୁ ଆଣି ମିଶା ଯାଇ ଦଳର ଶକ୍ତିବୃଦ୍ଧି କରାଯାଉଛି ବୋଲି କୁହାଯାଉଥିବା ବେଳେ ଅନ୍ୟ ପକ୍ଷରେ ଦଳର ପୁରୁଣା ନେତା ଓ କର୍ମୀ ମାନଙ୍କୁ କୌଣସି କଥାରେ ଗୁରୁତ୍ୱ ଦିଆଯାଉନଥିବା ଦେଖାଯାଉଛି । ଫଳରେ ଦୀର୍ଘ ବର୍ଷ ଧରି ଦଳରେ ରହି କାର୍ଯ୍ୟ କରିଆସୁଥିବା ପଞ୍ଚାୟତ ସ୍ତରୀୟ ନେତା ଓ କର୍ମୀ ମାନେ ଅଣଦେଖାର ଶୀକାର ହେଉଛନ୍ତି । ତେବେ ବଡ ବଡିଆ ନେତାଙ୍କ ମୁହଁରେ କିଛି ନକହୁ ଥିଲେ ମଧ୍ୟ ପଛ ପାଖରେ ସେମାନେ ନିଜର କ୍ଷୋଭ ପ୍ରକାଶ କରୁଛନ୍ତି । ବ୍ଲକର ବହୁ ପଞ୍ଚାୟତରେ ଏପରି ଅସନ୍ତୋଷର ବହ୍ନି ବଢିବାରେ ଲାଗିଛି । ଅନ୍ୟ ଦଳରୁ ଆସୁଥିବା ନେତା ଓ କର୍ମୀ ମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଉଛି । ତେବେ ବଡ ବଡିଆ ନେତା ମାନେ ଭାବୁଛନ୍ତି ଆମେ ଅନ୍ୟ ଦଳରୁ ନେତା ମାନଙ୍କୁ ଆଣି ଆମ ଦଳର ଶକ୍ତିବୃଦ୍ଧି କରୁଛୁ । ମାତ୍ର ତାହା ଆଗାମୀ ଦିନରେ ବିଜେଡି ପାଇଁ ବୁମେରାଂ ପାଲଟିବ ବୋଲି ରାଜନୈତିକ ସମୀକ୍ଷକ ମାନେ କହୁଛନ୍ତି । କେନ୍ଦୁଆପଦା, ଗୋବିନ୍ଦପୁର, ନିଳୋକ, ପଧାନପଡା, ବନ୍ତ, ଟିଲୋ, ବସନ୍ତିଆ, ଆଡିଆ ସମେତ ବହୁ ପଞ୍ଚାୟତରେ ଏପରି ଅସନ୍ତୋଷ ଦେଖାଯାଇଛି । ତେବେ ଆଗାମୀ ସାଧାରଣ ନିର୍ବାଚନରେ ଏହା ଶାସକ ବିଜେଡି ଦଳ ପାଇଁ କଣ ଫଳ ଦେବ ତାହା କେବଳ ଦେଖିବାକୁ ବାକି ରହିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ