ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ହାଟଡିହି (ଓ୍ବାଇଏନଏସ) : ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ତାର ପ୍ରସ୍ତୁତି ଆରମ୍ଭ କରିଦେଲାଣି। ବିଭିନ୍ନ ପଞ୍ଚାୟତରେ ବୈଠକ କରି ସଂଗଠନ କୁ ସୁଦୃଢ କରୁଥିବା ବେଳେ ନିୟମିତ ମିଶ୍ରଣ ପର୍ବ କରି ଦଳକୁ ତୃଣମୂକ ସ୍ଥରରୁ ସୁଦୃଢ କରିବାରେ ଲାଗିଛି। ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତଙ୍କ ଅଧ୍ୟକ୍ଷତାରେ ଆଜି ଛେନାପଦି ଛକ ସ୍ଥିତ ଶ୍ରୀକୃଷ୍ଣ କଲ୍ୟାଣ ମଣ୍ଡପ ଠାରେ ନିର୍ବାଚନ ମଣ୍ଡଳୀ ସ୍ଥରୀୟ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେବାସହ ସଂଗଠନ କର୍ମକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଫୁଙ୍କିଛନ୍ତି। ଏହି ବୈଠକରେ ବିଜେପିର ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ରାଜ୍ୟ ହରିଜନ ମୋର୍ଚ୍ଚାର ସାଧାରଣ ସମ୍ପାଦକ  ତଥା ଆନନ୍ଦପୁରର ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସାମ୍ପାଦିକା ଯଶସ୍ୱିନୀ ବଳ  ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ସାହୁ, ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ, ଜିଲ୍ଲା ପରିଷଦ ସଦସ୍ୟା ଅସୀମା ମିଶ୍ର ପ୍ରମୁଖ ଯୋଗଦେଇ ସରକାରଙ୍କ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କ ରେ ଆଲୋଚନା କରାଯାଇଥିଲା। ବୁଥ ଲେବୁଲ କର୍ମକର୍ତ୍ତା ମାନେ ଘର ଘର ବୁଲି ଏସ ଆଇ ଆର କାର୍ଯ୍ୟରେ ସରକାରଙ୍କୁ ସହଯୋଗ କରିବାକୁ ପରାମର୍ଶ ଦିଆ ଯାଇଥିଲା। ଆଗାମୀ ପଞ୍ଚାୟତ ନିର୍ବାଚନରେ  କିପରି ନିର୍ବାଚନ ପରିଚାଳନା କରାଯିବ ସେନେଇ ନିଜ ନିଜର ଅଭିମତ ରଖିଥିଲେ। ଦଳକୁ ତୃଣମୂଳ ସ୍ତରରେ ସୁ ସଂଗଠିତ କରାଯାଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆ ଯାଇଥିଲା।  ଏହି ବୈଠକରେ ନିର୍ବାଚନ ମଣ୍ଡଳୀର ସମସ୍ତ ମଣ୍ଡଳ ସଭାପତି, ମଣ୍ଡଳ ପ୍ରଭାରୀ ଓ ୩ଶହରୁ ଉର୍ଦ୍ଧ୍ଵ ବୁଥ ସ୍ତରୀୟ କର୍ମକର୍ତ୍ତା ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ