କଟକରେ ଟ୍ରାଫିକ୍ ପୁଲିସ ପକ୍ଷରୁ ଜୋରଦାର ଚେକିଙ୍ଗ

କଟକ, (ଓ୍ବାଇଏନଏସ): ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ। ଏଣିକି ଆଉ ଫାଇନ୍ ନୁହେଁ, ସିଧା ଜବତ ହେଉଛି ଗାଡ଼ି। କଟକରେ ଟ୍ରାଫିକ୍ ପୁଲିସ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଛି। କାହାର ଫିଟ୍‌ନେସ ନାହିଁ ତ କିଏ ବିନା ଡ୍ରାଇଭିଂ ଲାଇସେନସରେ ଚଳାଉଥିଲା ଗାଡ଼ି। ଆଉ ଆଜି ପଡ଼ିଛନ୍ତି ଟ୍ରାଫିକ୍ ପୁଲିସ ହାବୁଡରେ। କଟକ ସହରରେ ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚଢ଼ାଉ। ଛକ ଛକରେ ଛକିଛନ୍ତି ଟ୍ରାଫିକ୍ ପୁଲିସ। ଅଚାନକ ଯାଞ୍ଚ ବେଳେ ଅନେକ ଅମାନିଆ ଚାଳକ ଧରାପଡ଼ିଛନ୍ତି। ଏଣିକି ଆଉ ଫାଇନ୍ ନୁହେଁ, ସିଧା ଗାଡ଼ି ଜବତ କରାଯାଉଛି। ସପ୍ତାହେ ଭିତରେ କଟକ ସହରରେ ୬୦ରୁ ଅଧିକ ଗାଡ଼ି ଜବତ ହେଲାଣି। ଆଗକୁ ଏସବୁ ଗାଡ଼ିର ପଞ୍ଜୀକରଣ ରଦ୍ଦ ହେବ ବୋଲି ଆରଟିଓ କହିଛନ୍ତି। କଡ଼ା ନିୟମ ସତ୍ତ୍ବେ ବି ଅମାନିଆ ଗାଡ଼ି ଚାଳକଙ୍କ ସଂଖ୍ୟା ବଢ଼ିଚାଲିଥିବାରୁ ଟ୍ରାଫିକ୍ ପୁଲିସ ପକ୍ଷରୁ ଏ କଡ଼ା ପଦକ୍ଷେପ ନିଆଯାଇଛି। ଖାଲି ଗାଡ଼ି ଫିଟ୍‌ନେସ ନୁହେଁ, ପରମିଟ୍‌ ଏବଂ ଇନ୍ସୁରାନ୍ସ ନଥିଲେ ବି କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଛି। ଇ-ଡିଟେକ୍ସନ ମାଧ୍ୟମରେ ବିଭିନ୍ନ ଟୋଲଗେଟ୍‌ରେ ୪୩ ହଜାରରୁ ଅଧିକ ନିୟମ ଉଲଘଂନକାରୀ ଗାଡ଼ି ଚିହ୍ନଟ ହୋଇଛି। ଆଶ୍ଚର୍ୟ୍ୟକର କଥା କେହି କେହି ଗାଡ଼ି ଚାଳକ ୨୦ ଥର ଏବଂ ୫୦ ଥର ନିୟମ ଉଲ୍ଲଙ୍ଘନ କରି ମଧ୍ୟ ଖୋଲାରେ ବୁଲୁଛନ୍ତି। ଏବେ ସେମାନଙ୍କ ବିରୋଧରେ କି ଆକ୍ସନ ହେଉଛି ତାହା ଦେଖିବାର କଥା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ