ଆଙ୍କୁଲି ଓଭର ବ୍ରିଜ ରୁ ଖସିପଡି ଯୁବକ ମୃତ୍ୟୁ କୁ ନେଇ ଭୃଗୁ ଙ୍କ କ୍ଷୋଭ

ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଠାରୁ ଶିଳ୍ପାଞ୍ଚଳ ସହ ସଂଯୁକ୍ତ ହୋଇ ଥିବା ଓଭର ବ୍ରିଜ ର କାର୍ଯ୍ୟ ବର୍ତ୍ତମାନ ସୁଧା ସମାପ୍ତ ହୋଇ ନଥିବା ଯୋଗୁ ଲାଞ୍ଜିପଲ୍ଲୀ ର ଯୁବକ ଭାରସାମ୍ୟ ହରାଇ ତଳକୁ ଖସି ପଡି ଥିଲେ। ଫଳରେ ତାଙ୍କ ଛାତି ରେ ଲୁହା ରଡ଼ ପଶିଯାଇ ଥିଲା। ଉକ୍ତ ଘଟଣା ଟି ରାତିରେ ଘଟି ଥିବା ବେଳେଲୋକମାନେ ସକାଳ ସମୟରେ ଦେଖିଥିଲେ। ଏହି ଘଟଣା ରେ ବିଜେପି ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ଲୋକସଭା ସାଂସଦ ପାର୍ଥି ଶ୍ରୀ ଭୃଗୁବକସୀ ପାତ୍ର ଉଦବେଗ ପ୍ରକାଶ କରି ଟୁଇଟ କରିଛନ୍ତି ଓଭର ବ୍ରିଜ ହେବାରେ ଡେରି ହେବାର କାରଣ କଣ ଏବଂ ଅକ୍ଟବର ୨୦୧୯ ରୁ ବିଜେପି ଏହି ବ୍ରିଜ ର ନିର୍ମାଣ ରେ ଡେରି ର କାରଣ କଣ ଉଠେଇ ଥିବା କହିଛନ୍ତି।ଏହା ସହ ଯୁବକ ଙ୍କର ମୃତ୍ୟୁ ର ଦାୟୀ କିଏ ବୋଲି ପ୍ରଶ୍ନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ