ବାହୁଦା ନଦୀରୁ ବାଲି ଚୋରାଚାଲାଣ ମାମଲା ; ପୁଣି ୩ କୁଖ୍ୟାତ ଅପରାଧୀ ଙ୍କୁ କୋର୍ଟ ଚାଲାଣ ଖଣ୍ଡା, ବାଇକ୍ ଜବତ

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ନିକଟ ନୂଆପଡ଼ା ପଞ୍ଚାୟତ ଅଫିସ ସଂଲଗ୍ନ ବାହୁଦା ନଦୀପଠାରୁ ଗାଁ ଲୋକଙ୍କୁ ଖଣ୍ଡା, କାତି,ବନ୍ଧୁକ ଦେଖାଇ ଜବରଦସ୍ତ ଆନ୍ଧ୍ରକୁ ବେଆଇନ ବାଲି ଚୋରା ଚାଲାଣ ମାମଲାରେ କେ. ନୂଆଗାଁ ଥାନା ପୋଲିସ ୩ ଜଣ କୁଖ୍ୟାତ ଅପରାଧୀ ଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛନ୍ତି।ସେମାନେ ହେଲେ ଜରଡ଼ା ଥାନା କେଲୁଆ ନାରାୟଣପୁର ଗ୍ରାମର ରଞ୍ଜନ ଗୌଡ,ଖାରିଆଗୁଡା ଗ୍ରାମର ବାପି ଓରଫ ବ୍ରଜ ସୁନ୍ଦର ଗୌଡ, କେ. ନୂଆଗାଁ ଥାନା ଦେଓଖାଳି ଗ୍ରାମର ପଲେଇ ଓରଫ ବାପୁଜୀ ପାତ୍ର। ଥାନା ମାମଲା ନଂ.୧୬୯/୨୦ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କ ନିକଟରୁ ୨ ଟି ଖଣ୍ଡା ଓ ବାଇକ୍ ନଂ.(ଓଡି୦୭ ଏ ସି – ୦୯୨୧) ଜବତ କରାଯାଇଛି। ଅଭିଯୁକ୍ତ ମାନଙ୍କ ନାଁ ରେ ଗଞ୍ଜାମ ଜିଲ୍ଲା ଅଧିନ ବିଭିନ୍ନ ଥାନାରେ ବହୁ ସଂଖ୍ୟକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି। ଗତ ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ମାନେ ନଦୀପଠା ରୁ ବେଆଇନ ଭାବେ ବାଲି ଉତ୍ତୋଳନ କରୁଥିବା ଖବରପାଇ ପୋଲିସ ଟିମ୍ ଚଢ଼ାଉ କରିଥିଲେ। ବାଲି ଚୋରାଚାଲାଣ କୁ ନିୟନ୍ତ୍ରଣ କରୁଥିବା କିଛି ଅଭିଯୁକ୍ତ ଘଟଣାସ୍ଥଳ ରୁ ଅନ୍ଧାର ରାତିର ସୁଯୋଗ ନେଇ ଚମ୍ପଟ ମାରିଥିବା ବେଳେ ୧୧ ଜଣ ଧରାପଡିଥିଲେ।ସେମାନଙ୍କ ନିକଟରୁ ୪ ଟି ଟ୍ରକ୍,୧ ହାଇୱା ଟ୍ରକ୍, ୧ କାର ଓ ସ୍କୁଟି ଜବତ କରାଯିବା ସହ ଗତ ବୁଧବାର ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ବୋଲି ପୋଲିସ କହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ