ଆଚ୍ଛା ସଂଗଠନ ପକ୍ଷରୁ ଆନନ୍ଦମାର୍ଗ ଆଶ୍ରମ ବିଦ୍ୟାଳୟରେ ଦୀପାବଳି ପାଳନ
ବାଲେଶ୍ୱର,: ଆଲୋକର ପର୍ବ ଦୀପାବଳିରେ ଆଚ୍ଛା ସଙ୍ଗଠନ ପକ୍ଷରୁ ବାଲେଶ୍ୱର ସଦର ବ୍ଲକ ଓଲନ୍ଦା ସାରଗାଁ ପଞ୍ଚାୟତର ଆକିନିଆଁସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ବିଦ୍ୟାଳୟରେ କୁନିକୁନି ପିଲାମାନଙ୍କ ସହ ଏକ ଖୁସିର ଉତ୍ସବ ପାଳନ କରାଯାଇଛି । ୨୦୦୨ ମସିହାରେ ବିଶିଷ୍ଟ ସମାଜସେବୀ ଭାସ୍କର ଜେନାଙ୍କ ଦ୍ୱାରା ଗରିବ ଅସହାୟ କୁନିକୁନି ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଏବଂ ଉତ୍ତମ ଭରଣ ପୋଷଣ ପାଇଁ ନିଜସ୍ୱ ପାଣ୍ଠିରୁ ଏହି ଆଶ୍ରମ ବିଦ୍ୟାଳୟ ପ୍ରତିଷ୍ଠା କରି କୁନିକୁନି ପିଲାମାନଙ୍କୁ ସମାଜର ପ୍ରତିଷ୍ଠିତ ମଣିଷଟିଏ ତିଆରି କରିବାକୁ ଉଦ୍ୟମ କରିଛନ୍ତି । ଆଚ୍ଛା ସଂଗଠନ ଭଦ୍ରକ ଜିଲ୍ଲାର ସଭାପତି ବିଦ୍ୟୁତ୍ ନାୟକଙ୍କ ପରାମର୍ଶ କ୍ରମେ ଏହି ବର୍ଷ ଦୀପାବଳିକୁ ଆକିନିଆଁସ୍ଥିତ ଆନନ୍ଦ ମାର୍ଗ ଆଶ୍ରମ ବିଦ୍ୟାଳୟରେ ପାଳନ କରିବା ପାଇଁ ମନସ୍ଥ ହେବା ପରେ ସଂଗଠନର ସମସ୍ତ ସଦସ୍ୟଙ୍କ ଅନୁମୋଦନରେ ଉକ୍ତ ବିଦ୍ୟାଳୟରେ ଚକଲେଟ୍ ବଣ୍ଟନ ଏବଂ ଭୋଜିଭାତ ସହ ରୋଷଣୀ, ଝରାବତୀ ଓ ଚମକାବତୀ ଲଗାଇ କୁନିକୁନି ପିଲାମାନଙ୍କୁ ମନୋରଞ୍ଜନ କରାଯାଇଥିଲା । ଏଥିସହ ଆଶ୍ରମରେ ବୃକ୍ଷରୋପଣ, ଭଜନ-କୀର୍ତ୍ତନ ଏବଂ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ଉପ-ଜିଲ୍ଲାପାଳ ନିଲୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଚ୍ଛା ସଂଗଠନ ପକ୍ଷରୁ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଞ୍ଜିତ କୁମାର ପୃଷ୍ଟି ଉପସଭାପତି ସରିତା ସାହୁ, ଆବାହକ ଅଜୟ ନାୟକ, ସଂଯୋଜକ ରାକେଶ ସିଅଳ, ନାମିତ ପାତ୍ର, ଅଜୟ ନାୟକ, ଭଗବାନ ବେହେରା, କାର୍ତ୍ତିକ ଦତ୍ତ ସିଂ, ପଦ୍ମାବତୀ ବେହେରା, ସାମଳି ଦାସ, ଯୋଗେନ୍ଦ୍ର ନାଥ ପାଢୀ, ଗଣେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।