ଆଜାଦିକା ଅମୃତ ମହୋତ୍ସବ ଅବସରରେ ୭୫ଟି ବୃକ୍ଷ ରୋପଣ
ନିମାପଡ଼ା, (ସନ୍ତୋଷ ଦାଶ):ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ପୁରୀ ଜିଲ୍ଲା କୋଣାର୍କର ଅଗ୍ରଣୀ ସାମାଜିକ ସଂଗଠନ ଅର୍କଶ୍ରୀ ସଂଯୋଜନାରେ ୭୫ଟି ସଂଗଠନକୁ ୯ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଆଜାଦିକା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ୯ ଓ ୧୦ ତାରିଖରେ କୋଣାର୍କ ଏନଏସିର ୧୩ଟି ଓ୍ବାର୍ଡରେ ସଫେଇ, ୧୧ ତାରିଖରେ ୭୫ଟି ବୃକ୍ଷରେ ରାକ୍ଷୀ ବନ୍ଦନ, ୧୨ ତାରିଖରେ ବୀର ଶହୀଙ୍କ ଉଦ୍ଦେଶ୍ୟରେ ଦୀପଦାନ କରାଯାଇଥିଲା । ୧୩ ତାରିଖରେ ଲଘୁଚାପଜନିତ ଲଗାଣ ବର୍ଷା ସତ୍ତ୍ବେ ଅର୍କଶ୍ରୀ ସଂଯୋଜନାରେ ୭୫ଟି ସଂଗଠନ ଉଦ୍ୟମରେ କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଓ ଜବାହାର ନବୋଦୟ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ୭୫ଟି ବୃକ୍ଷ ରୋପଣ ଓ ଜାତୀୟ ପତାକା ପ୍ରଦର୍ଶନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରୀପାଠୀ, କୋଣାର୍କ ଜବାହାର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର, କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳର ଅଧିକାରୀ ବେଣୁଧର ବେହେରା ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅର୍କଶ୍ରୀ ସମ୍ପାଦକ ଉମେଶ ଚନ୍ଦ୍ର ସ୍ବାଇଁ, କାର୍ଯ୍ୟକ୍ରମ ସଂଯୋଜକ ସାମ୍ବାଦିକ ଅଜିତ କୁମାର ମଲ୍ଲିକ, ବୃକ୍ଷ ଲିଙ୍ଗରାଜ ନାୟକ, ଆଇନଜୀବୀ ସୁରେଶ ଚନ୍ଦ୍ର ସ୍ବାଇଁଙ୍କ ସମେତ ବିଦ୍ୟାଳୟ ଓ ବନ ବିଭାଗର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।