ଆଜାଦିକା ଅମୃତ ମହୋତ୍ସବ ଅବସରରେ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା
ହାଟଡ଼ିହି, (ବିକାଶ ବିଶ୍ୱାଳ):ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦେ୍ର୍ଦଶରେ ଆଜି ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଆଜାଦିକା ଅମୃତ ମହୋତ୍ସବ ଅବସରରେ ବ୍ଲକ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏବିଇଓ ତଥା ବିଆରସିସି ସୁରେଶ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗୀତାରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏଥିରେ ଶିକ୍ଷାବିତ ସୁରେନ୍ଦ୍ର କୁମାର ପାତ୍ର, ଶାସଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳ, ରାଧାକୃଷ୍ଣ ପତ. ଶିଶିର କୁମାର ବିଶ୍ୱାଳ, ମାଧବାବବନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇ ମହାପୁରୁଷ ମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ କେନ୍ଦୁଝରର ବିଳ୍ପବୀ ନେତା ଧରଣୀଧର ନାୟକଙ୍କ ଜିବନୀ ଉପରେ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ଛାତ୍ରଛାତ୍ରୀ ମାନେ ଏହି ବିପ୍ଳବୀବୀରଙ୍କ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଧରଣୀଧରଙ୍କ ଉପରେ ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ପ୍ରତିଯୋଗୀତାରେ ବରିଷ୍ଠ ବିଭାଗରେ ସାଇ ସ୍ମୃତି ସାହୁ, ସ୍ୱର୍ଣ୍ଣପ୍ରଭା ନାୟକ, ସୌମ୍ୟ ରଞ୍ଜନ ସା ଓ ଜୁନିୟର ବିଭାଗରେ ଶୁଭମ ବେହେରା, ମିଲନ ମାଧୁରୀ ଜେନା ଖ୍ରୀଷ୍ଟାବ୍ଦ ଖାରବେଳ ସ୍ୱାଇଁ ପ୍ରମୁଖ କୃତ୍ତି ପ୍ରତିଯୋଗୀ ଭାବେ ବିବେଚନା ହୋଇଥିବା ବେଳେ ତାଙ୍କୁ ପୁରସ୍କୃତ କରାଯାଇଥିଲା । ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ସଞ୍ଜୟ କୁମାର ଜେନା, ଶିକ୍ଷକ ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।