ଆଜିଠୁ ହିଂଜିଳିକାଟୁ ପ୍ରସିଦ୍ଧ ଲକ୍ଷ୍ମୀ ନୃସିଂହ ଯାତ୍ରା ଶୁଭାରମ୍ଭ : ଚଳଚଂଚଳ ସହର

ହିଂଜିଳିକାଟୁ, (ଶେଷଦେବ ସାହୁ) : ଶୁକ୍ରବାର ଠାରୁ ହିଂଜିଳିକାଟୁ ପ୍ରସିଦ୍ଧ ତଥା ସ୍ଥାନୀୟ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଆରମ୍ଭ ହେବ । ଏଥି ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପଂହଚିଛି । ଯାତ୍ରାର ପ୍ରଥମ ଦିବସ କେଉଟ ବାଡ଼ ଓ ପାଟଣା ସାହି ପକ୍ଷରୁ ପାଳନ କରାଯିବାକୁ ଥିବା ବେଳେ ମଧ୍ୟମ ଦିବସ ବଡ଼ରଙ୍ଗଣି ସାହି ଏବଂ ଅନ୍ତିମ ଦିବସ କେଉଟବାଡ଼ ପକ୍ଷରୁ ପାଳନ କରାଯିବ । ମଧ୍ୟମ ଦିବସରେ ବଡ଼ ରଙ୍ଗଣି ସାହି ଓ ଅନ୍ତିମ ଦିବସରେ କେଉଟ ସାହି ପକ୍ଷରୁ ଯାତ୍ରା ମୁଖ୍ୟ ଆକର୍ଶଣ ବାଣ ଯାତ୍ରା ଅନୁଷ୍ଠିତ ହେବ । ଯାତ୍ରାତ୍ସୋବ ସକାଶେ ସହରକୁ ରଙ୍ଗ ବେରଙ୍ଗ ବାନା ସାଙ୍ଗକୁ ସୁଉଚ୍ଚ ତୋରଣ ଓ ରଙ୍ଗିନ ଆଲୋକ ମାଳରେ ସୁଜ୍ଜିତ କରାଯାଇଛି । ଯାତ୍ରାର ପ୍ରତ୍ୟେକ ଦିବସରେ ଠାକୁରଙ୍କୁ ନଭର ପରିକ୍ରମା କରାଯିବ ବୋଲି ବନ ରଙ୍ଗଣି ସାହି ଯାତ୍ରାଧିକାରୀ ବଂଶିଧର ସାହୁ ଓ କେଉଟ ସାହି ଯାତ୍ରା କମିଟି ସଭାପତି ଭୀମସେନ ବେହେରା କହିଛନ୍ତି । ଯାତ୍ରା ସୁପରିଚାଳନା ପାଇଁ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ. ୍ଣପାଲିସ ପ୍ରଶାସନ, ପୌର ପ୍ରଶାସନ, ବିଦ୍ୟୁତ ବିଭାଗ ଏବଂ ଅନ୍ୟାନ ପ୍ରଶାସନିକ ଅଧିକାରୀ ମାନେ ତତ୍ପର ଥିବା ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ