ଆଜି ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…

ମେଷ – ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ସମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ହେବ । କୌଣସି ଅନୁଷ୍ଠାନରୁ ପୁରଷ୍କାର ସମ୍ମାନ ପ୍ରାପ୍ତି ହୋଇପାରେ । ମାତ୍ର ସ୍ୱାସ୍ଥ୍ୟ ବିଗିଡିବ, ଚୋରିଭୟ ରହିବ । ଛାତଛାତ୍ର୍ରୀମାନେ କର୍ମ ନିପୂଣ ହେବେ ।

ବୃଷ – ଅଶୁଭଚନ୍ଦ୍ର ପ୍ରଭାବ ରହିବ ତେଣୁ ବ୍ୟବସାୟରେ ନୁତନ କିଛି କରନ୍ତୁ ନାହିଁ କିମ୍ବା ଦୁରଯାତ୍ରା ଶୁଭ ନୁହେଁ ତଥାପି ପରିସ୍ଥିତି ଅନୁକୁଳ ରହିବ ଫଳତଃ ମନମୁତାବକ ଦିନକଟିବାରେ ସମୟ ସାଥ ଦେବ । ବିବାହଯୋଗ୍ୟ ପିଲାମାନଙ୍କର ସୁଯøାଗ ଆସିବ ।

ମିଥୁନ – ଅଶୁଭଚନ୍ଦ୍ର ହେତୁ କର୍ମକ୍ଷେତ୍ରରେ ଶତ୍ରୁମାନେ ପ୍ରଭାବିତ କରିପାରନ୍ତି । ଆୟଠାରୁ ବ୍ୟୟାଧିକ ହେତୁ ରକ୍ତଚାପ ବଢିବ । ସନ୍ତାନ ମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହେବ ।

କର୍କଟ – ଏହି ରାଶିର ଲୋକମାନଙ୍କ ପାଇଁ ଆଜିିି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମାତ୍ର ଦିନର ପ୍ରଥର୍ମାଦ୍ଧ ସତର୍କ ରହିବେ ନଚେତ ହେବାକୁ ଥିବା କାମ ବିଗିଡି ଜିବ ।

ସିହଂ- ଶୁଭଚନ୍ଦ୍ରଙ୍କର ଚଳନ ହେତୁ ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ସତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ ।

କନ୍ୟା – ଶୁଭ ଚନ୍ଦ୍ର ପ୍ରଭାବରେ ଆର୍ଥିକ କ୍ଷେତ୍ରରେ ପରିବର୍ତନ ଆସିବ, ସାଂସାରିକ ଜୀବନ ସୁଖ ଶାନ୍ତିରେ କଟିବ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବଢିବ, ଗୁହନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଶୁଭ ଖବର ମିଳିବ ।

ତୁଳା – ଶୁଭଚନ୍ଦ୍ର ଚଳନ ଫଳରେ ଆଜିିର ଦିନଟି ସୁରୁଖୁରୁରେ ଅତିବାହିତ ହେବ ମାତ୍ର ମାତ୍ରାଧିକ ର୍ଖଚ୍ଚ ବଢିବ, । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ ।

ବିଛା – ଶୁଭଚନ୍ଦ୍ର ପ୍ରଭାବରେଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ନୁତନ ଯାନ କ୍ରୟ କରିବେ ।

ଧନୁ – ଏହି ରାଶିର ଲୋକମାନଙ୍କ ପାଇଁ ଶୁଭଚନ୍ଦ୍ର ପ୍ରଭାବରେ ଆଜିର ଦିନଟି ଆନୋନ୍ଦଲ୍ଲାସରେ ଅତିବାହିତ ହେବା ସଙ୍ଗେ ସଙ୍ଗେ ଆର୍ଥିକ ବୃଦ୍ଧି ହେବ, ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତ ମାନେ ଶୁଭଫଳ ଅଧିକ ପାଇବେ ।

ମକର – ଶୁଭ ଚନ୍ଦ୍ରଙ୍କ ପ୍ରଭାବ ହେତୁ ସମସ୍ତ ଦିଗରୁ ଲୋକପ୍ରିୟତା ମିଳିବ, କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ଅଧୀକାରିଙ୍କର ସୁଭାଜନ ହେବେ, ଆର୍ଥିକ ଦିଗଟି ସାମାନ୍ୟ ସ୍ୱଚ୍ଛଳ ହେବ ।

କୁମ୍ଭ – ଆଜିର ଦିନଟି ବ୍ୟବସାୟିକ ଦିଗରୁ ଉତମ ରହିବ, ଆର୍ଥିକ ଦିଗଟି ସ୍ୱଛଳ ରହିବ, ରାଜନୈତିକ ବ୍ୟକ୍ତିବିଶେଷ ସମାଜରେ ନିଜର ପତିଆରା ଜାହିରି କରିବାରେ ସକ୍ଷମ ହେବେ । ସାଂସାରିକ ଜୀବନ ସୁଖରେ କଟିବ ।

ମୀନ – ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ, ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ, ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ