ଆଜି ଆପିଲରେ ରାଜସ୍ଥାନ କୁ ଭେଚଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ କ୍ରିକେଟରେ ମଙ୍ଗଳବାର ଜୟପୁରର ସୱାଇ ମାନସିଂ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍‍ସ୍‍ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମୁକାବିଲା ହେବ। ରାଜସ୍ଥାନ ଦଳ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ ଖେଳି ୩ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟ ୩ଟି ମ୍ୟାଚ ଖେଳି ୩ଟି ପରାସ୍ତ ହୋଇ ସମାନ ସ୍ଥିତିରେ ରହିଛି। ତେଣୁ ଉଭୟ ଦଳ ପ୍ରଥମ ମ୍ୟାଚ ଜିତିବା ପାଇଁ ପ୍ରୟାସ କରିବେ।

ସୋମବାର ଦିଲ୍ଲୀ କ୍ୟାପିଟାଲ୍‍କୁ କିଙ୍ଗସ୍‍ ଇଲେଭେନ୍‍ ପଞ୍ଜାବ ୧୪ ରନରେ ପରାସ୍ତ କରିଛି । ୧୬୭ ରନ୍‍ର ବିଜୟ
ଲକ୍ଷ୍ୟକୁ ହାସଲ କରିବାକୁ ଯାଇ ଦିଲ୍ଲୀ କ୍ୟାପିଟାଲ୍‍ ଶେଷ ଓଭରରେ ୪ଟି ବଲ୍‍ ବାକିଥିବାବେଳେ ଅଲ୍‍ଆଉଟ୍‍ ହୋଇଯାଇଥିଲା। କିଙ୍ଗସ୍‍ ଇଲେଭେନ୍‍ ପଞ୍ଜାବ୍‍ର ସାମ୍‍ କୁରାନ୍‍ ଦୁଇ ଓଭର୍‍ ଓ ୨ଟି ବଲ୍‍ ବୋଲିଂ କରି ଏକ ହ୍ୟାଟ୍ରିକ୍‍ ସମେତ ୪ଟି ୱିକେଟ୍‍ ଅକ୍ତିଆର କରିଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ