ଆଜି କିଷାନ ପାଣି ପଞ୍ଚାୟତ ତରଫରୁ କର୍ମ କର୍ତ୍ତା ଚୟନ ଏବଂ ନିର୍ବାଚନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଶ୍ରୀକରଣ ସାହିସ୍ଥ ରାଧା ମୋହନ ମନ୍ଦିର ଠାରେ କିଷାନ ପାଣି ପଞ୍ଚାୟତ ତରଫରୁ କର୍ମ କର୍ତ୍ତା ଚୟନ ଏବଂ ନିର୍ବାଚନ ପ୍ରକ୍ରିୟା ହୋଇ ସାରିଛି । କୃଷକ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ କିଷାନ ପାଣି ପଞ୍ଚାୟତ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଏହି ଆଲୋଚନା ବୈଠକରେ ଚାଷୀଙ୍କ ବିଭିନ୍ନ ସମସ୍ୟା ଗୁଡିକ କୁ ନେଇ ଆଲୋ-ଚନା କରାଯାଇଥିବା ବେଳେ ଚାଷ ପାଇଁ ଜଳ ଯୋଗାଣ, ଉପଯୁକ୍ତ ସମୟରେ ବିହନ ଏବଂ ସାର୍ ଯୋଗାଇବା ଆଦି ବିଷୟକୁ ନେଇ ଆଲୋଚନା କରାଯାଇ ଥିଲା । ଏହି ଅବସରରେ କିଷାନ ପାଣି ପଞ୍ଚାୟତ ପକ୍ଷରୁ ଏକ ନିର୍ବାଚନୀ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି ନିର୍ବାଚନରେ ସଭାପତି ରୂପେ ସୁର୍ଯ୍ୟ ନାରାୟଣ ପଟ୍ଟନାୟକ, ସମ୍ପାଦକ ରୁପେ ଏଡେଲା ରାମୁଲୁ ଏଵଂ କୋଷାଧ୍ୟକ୍ଷ ଭାବେ ଏନ୍. ସତିଶ କୁମାର ଏହି ନିର୍ବାଚନର ମୋନାନିତ ହୋଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ବହୁ ଚାଷୀ ଉପସ୍ଥିତ ରହି ନିଜ ନିଜ ମତ ପୋଷଣ କରିଥିଲେ ।


