ଆଜି ଠାରୁନାକଟିମର ଦୁଇ ଦିନିଆ ଗଂଜାମ ମହାବିଦ୍ୟାଳୟ ପରିଦର୍ଶନ

ଗଞ୍ଜାମ, (ବିନୋଦ ପଲାଇ):ଆଜି ଗଞ୍ଜାମର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଗଞ୍ଜାମ ମହାବିଦ୍ୟାଳୟ ପରିଦର୍ଶନରେ ଆସୁଛନ୍ତି ନାକ ଟିମ୍ । ୧୯୬୯ ମସିହାରେ ସ୍ଥାପିତ ଏହି ମହାବିଦ୍ୟାଳୟ ଜିଲ୍ଲାର ଏକ ପ୍ରମୁଖ ଶିକ୍ଷା ଅନୁଷ୍ଠାନ ହୋଇଥିବାବେଳେ ଏଠାରେ ଏବେ ପାଖାପାଖି ଗଂଜାମ, ଖୋର୍ଦ୍ଧା ଓ ପୁରୀ ଅଂଚଳର ୧୬୦୦ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଶୌକ୍ଷିକ ବାତାବରଣ ତଥା ଶୌକ୍ଷିକ ଗୃଣବର୍ତ୍ତାକୁ ନାକ ଟିମର ତିନି ଜଣିଆ ପ୍ରତିନିଧି ଦଳ ପ୍ରଫେସର ରମେଶ କୁମାର ପାଣ୍ଡେ, ପ୍ରଫେସର ମିନାଲ ଦୁତ୍ତା ଏବଂ ପ୍ରଫେସର ବିକାଶ ପିଶୁର୍ଲେକର ତଦାରଖ ଓ ମୂଲ୍ୟାୟନ କରିବାର କାର୍ଯକ୍ରମ ରହିଛି । ଏହି ଟିମ୍ ଆସିବା ପୂର୍ବରୁ କଲେଜ ପକ୍ଷରୁ ସମସ୍ତ ପ୍ରାକ୍ ପ୍ରସ୍ତୁତି ସରିଥିବା ଜଣାପଡିଛି । ପ୍ରଥମ ଥର ଏହି ଟିମ୍ କଲେଜ ପରିଦର୍ଶନରେ ଆସୁଥିବାରୁ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି । ନାକ ଟିମ ଆସୁଥିବାରୁ ମହାବିଦ୍ୟାଳୟକୁ ନୂଆ ରୂପ ଦିଆଯାଇଛି । ଗେଟ୍,ରାସ୍ତା, ଖେଳ ପଡିଆ, ପାଠାଗାର, ଲେବ୍ରୋଟରୀ ଓ କ୍ଲାସ ରୁମ୍ ଗୁଡ଼ିକର ରୂପାନ୍ତିକରଣ କରାଯାଇଥିବା ଦେଖିବାକୁ ମିଳିଛି। ଦୁଇ ଦିନଆ ଗସ୍ତରେ ଆସୁଥିବା ନାକ ଟିମ ମହାବିଦ୍ୟାଳୟର ଭିତ୍ତିଭୂମି , ଶିକ୍ଷାର ଗୁଣବତ୍ତା , ପ୍ରଶାସନିକ ବ୍ୟବସ୍ଥା, ଅଧ୍ୟାପକ, ଅଧ୍ୟାପିକା, ଅଣ ଅଧ୍ୟାପକ, କର୍ମଚାରୀ, ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସହ ସାକ୍ଷାତ ଆଲୋଚନା କରିବେ । ଗଞ୍ଜାମ ଏନଏସି ର ସହଯୋଗରେ କଲେଜ଼ ପରିସରରେ ଚତୁର୍ପାଶ୍ୱ ପକାରାସ୍ତା, ଆଲୋକୀକରଣ ଓ ପରିମଳ ବ୍ୟବସ୍ଥାର ଉର୍ନ୍ନତି କରଣ କଲେଜ ଭିତିଭୂମି ସୃଦୃଢ କରିବାରେ ସହାୟକ ହୋଇପାରିଛି lଟିମ୍‌ର ରିପୋର୍ଟ ଆଧାରରେ ମହାବିଦ୍ୟାଳୟକୁ ମିଳିବ ନାକ୍ ଗ୍ରେଡ୍ । ତେବେ ନାକ୍ ଟିମ୍ ଗସ୍ତକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟର ଅଧକ୍ଷ ସୀମାଞ୍ଚଳ ଭୋଳ ଏବଂ ପ୍ରାକ୍ତନ ଛାତ୍ର ସଙ୍ଘର ସଭାପତି ଅବସର ପ୍ରାପ୍ତ ମୂଖ୍ୟ ନିର୍ମାଣ ଯନ୍ତ୍ରୀ ତଥା ସମାଜ ସେଵୀ ଇଂ ବିନୋଦ କୁମାର ପାଢ଼ୀ ଙ୍କୁ ନେଇ ଗଠିତ କମିଟି ପ୍ରାକ୍ ପ୍ରସ୍ତୁତି ଜାରି ରଖିଛନ୍ତି । ନାକ ଟିମ୍ ପରିଦର୍ଶନ ଆସନ୍ତା କାଲି ୧୮ ଓ ୧୯ ତାରିଖରେ ଆସିବାକୁ ଥିବାରୁ ଗଂଜାମ ମହାବିଦ୍ୟାଳୟର ବିକାଶ ଧାରାରେ ବହୁ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ନାକ ମାନ୍ୟତା ମିଳିବ ବୋଲି ସମସ୍ତେ ଆଶାବାଦୀ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ