ଆଜି ନିର୍ଣ୍ଣାୟକ ମ୍ୟାଚ, ଉଭୟ ଦଳ ପାଇଁ କରବା ମର
ବେଙ୍ଗାଲୁରୁ:- ରବିବାର ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳାର ତୃତୀୟ ତଥା ଶେଷ ମୁକାବିଲା ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ରେ ଖେଳାଯିବ। ଏହି ରୋମାଞ୍ଚଭରା ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ଅଛନ୍ତି । ସେଥିପାଇଁ ଏହି ମ୍ୟାଚ୍ର ମହତ୍ବ ଢେର ବଢ଼ିଛି । ମୁମ୍ବାଇରେ ଖେଳା ଯାଇଥିବା ପ୍ରଥମ ମ୍ୟାଚ୍ ରେ ଭାରତକୁ ଅଷ୍ଟ୍ରେଲିଆ ସହଜରେ ହରାଇ ଦେଇଥିଲା । ରାଜକୋଟରେ ଆୟୋଜିତ ଦ୍ବିତୀୟ ଦିନିକିଆରେ ଭାରତ ସଫଳ ପ୍ରତ୍ୟାବର୍ତନ କରିଥିଲା । କଙ୍ଗାରୁ ଦଳକୁ ସେଠାରେ ୩୬ ରନ୍ ରେ ହରାଇ ଦେଇଥିଲା । ଏଥିସହିତ ଶୃଙ୍ଖଳାକୁ ଜୀବନ୍ତ ବି ରଖିଥିଲା । ସେହିଭଳି ଅଷ୍ଟ୍ରେଲିଆ ବିପକ୍ଷରେ ଲଗାତର ଚାରିଟି ଏକଦିବସୀୟ ମ୍ୟାଚ୍ ହାରିବା ପରେ ପ୍ରଥମ ବିଜୟ ପାଇଥିଲା ଭାରତ । ରାଜକୋଟର ସୌରାଷ୍ଟ୍ର କ୍ରିକେଟ୍ ସଂଘ ପଡ଼ିଆରେ କୋହଲି ବାହିନୀ ପ୍ରଥମ ବିଜୟ ହାସଲ କରିଥିଲା । ମିଳିଥିବା ସୂଚନାଅନୁସାରେ ଟସ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତି ନେଇଥିବା ବେଳେ ବୋଲିଂ କରିବ ଟିମ ଇଣ୍ଡିଆ ହେଲେ ପୂର୍ବ ଦୁଇ ମ୍ୟାଚରେ ଟସ ଜିତି ଭାରତକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିବା ଅଷ୍ଟ୍ରେଲିଆ ଦଳ ଶେଷ ଦିନିକିଆରେ ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି । ଭାରତକୁ ୨୮୭ ରନ୍ ର ବିଜୟ ଲକ୍ଷ୍ୟ ମିଳିଛି । ଅଷ୍ଟ୍ରେଲିଆର ଇନିଂସରେ ଟିମ୍ ର ଅଭିଜ୍ଞ ସଂପନ୍ନ ବ୍ୟାଟସ୍ମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ ଶତକ (୧୩୧ ରନ୍, ୧୩୨ ବଲ, ୧୪ ଚୌକା ଓ ୧ ଛକା) ହାସଲ କରିଛନ୍ତି। ଏଥି ସହିତ ଟିମ୍ ସ୍କୋରରେ ମାର୍ନସ ଲବୁସାନେ(୫୪ ରନ୍, ୬୪ ବଲ, ୫ ଚୌକା)ଙ୍କ ମଧ୍ୟ ବଡ଼ ଅବଦାନ ରହିଛି। ଭାରତୀୟ ବୋଲର ମହମ୍ମଦ ସାମିଙ୍କୁ ସର୍ବାଧିକ ୪ଟି ଓ୍ଵିକେଟ୍ ମିଳିଛି ।


