ଆଜି ପବିତ୍ର ଇଦ-ଉଲ-ଜୁହା

(ଯୁଗାବ୍ଦ ନ୍ୟୁଜ)ଆଜି ସାରା ଦେଶରେ ପାଳନ ହେଉଛି ଇସଲାମ ଧର୍ମର ପବିତ୍ର ଇଦ-ଉଲ-ଜୁହା । ସମସ୍ତ ମସଜିଦ ରେ ନମାଜ ପାଠ କରିବା ସହ ପରସ୍ପର କୁ ଇଦ ମୁବାରଖ ଜଣାଇବେ ଏହି ସମ୍ପ୍ରଦାୟ ର ଲୋକେ । ଆଜିର ଦିନ କୁ ବକ୍ରି ଇଦ ତଥା ଇସଲାମ ଧର୍ମ ର ବଳିଦାନ ର ଦିନ ବୋଲି କୁହାଯାଏ । ସେପଟେ, ବକରି ଇଦ୍ ଅବସରରେ ଆତଙ୍କବାଦୀ ହମଲାକୁ ଆଖିରେ ରଖି ଆଲର୍ଟ ଜାରି କରାଯାଇଛି । ଇଂଟିଲିଜେନ୍ସ ବ୍ୟୁରୋ ଆଲର୍ଟ ଜାରି କରି କହିଛି, ଇସଲାମିକ ଷ୍ଟେଟ ଓ ଆଇଏସଆଇ ସମର୍ଥିତ ଆତଙ୍କବାଦୀ ଭାରତରେ ଆତ୍ମଘାତୀ ହମଲା ଷଡଯନ୍ତ୍ର କରିଛନ୍ତି । ଏହାପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଏୟାରପୋର୍ଟ, ବଡ ରେଲୱେଷ୍ଟେସନ ଓ ବସଷ୍ଟାଣ୍ଡର ସୁରକ୍ଷା ବଢାଇ ଦିଆଯାଇଛି । ପ୍ରବଳ ଲୋକ ଗହଳିର ଫାଇଦା ଉଠାଇ ଅସମାଜିକ ତତ୍ୱ କିଛି ଅଘଟଣ କରିବା ପ୍ରଶାସନ ଆଶଙ୍କା କରିଛି । ତେଣୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ