ଆଜି ବୁଧବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶିଫଳ ରୁ …
ମେଷ -ଶୁଭ ରଙ୍ଗ ଧଳା, ଲାଲ ଶୁଭ ଦିନ ରହିଛି ତେଣୁ ସମସ୍ତଙ୍କ ସହିତ ସୁସମ୍ପର୍କ ରହିବ, ଯୋଗାଯୋଗ ଷୃଷ୍ଟି କରୁଥିବା ଦ୍ରବ୍ୟ କ୍ରୟ କରିବେ, ଭୂମିପ୍ରାପ୍ତିର ଯୋଗ ରହିବ,ମାଲିମକୋଦ୍ଦମାରେ ଜୟଲାଭ ସହିତ ମାନସମ୍ମାନ ପ୍ରାପ୍ତ ହେବ ॥ କଳା କିମ୍ବା ନିଳ ରଙ୍ଗ ବ୍ୟବହାର କରିବେ ନାହିଁ ॥ ମାଦକ୍ଷୀଣକାଳି ଙ୍କୁ ଅପରାଜିତା ଫୁଲ ଅର୍ପଣ କରନ୍ତୁ ॥
ବୃଷ -ଶୁଭ ରଙ୍ଗ ହଳଦିଆ, ଧଳା, ସବୁଜ॥ ପ୍ରତି କାଯ୍ୟରେ ସାହାର୍ଯ୍ୟ ସହଯୋଗ ମିଳିବ, ପାରିବାରିକ ସ୍ଥିତି ଭଲ ରହିବା ସହିତ ଆର୍ଥିକ ଉର୍ଣ୍ଣତି ହେବ, ବ୍ୟବସାୟରେ ଲାଭ ବଢିବ॥ ଆକଷ୍ମିକ ଦୁୃର୍ଘଟଣା ପ୍ରତି ସତର୍କ ରହିବ ॥ ମହାମୃତ୍ୟୁଞ୍ଜୟ ୯ଥର ଜପ କରି ଦିନଟି ଆରମ୍ଭ କରିବେ ॥
ମିଥିନ -ଶୁଭ ରଙ୍ଗ ଧଳା ସମୟ ଏତେ ଭଲ ରହିବ ନାହିଁ, ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ବ୍ୟବସାୟରେ ବିକ୍ରି କମିବ, ପାରିବାରିକ ସ୍ଥିତି ଭଲରହିବ ନାହିଁ॥ ନିଜ ମନର ଯୋଜନା କାହାକୁ କୁହନ୍ତୁ ନାହିଁ ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ ରିଷ୍ଟ କଟିଯିବ ॥
କର୍କଟ-ଶୁଭ ରଙ୍ଗ ହଳଦିଆ ଓ ଧଳା କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ, ମାନସିକ ଶାନ୍ତି ସହିତ ମାନସମ୍ମାନ ମିଳିବ ମାତ୍ର ଘାତବାର ହେତୁ ଶୁଭକର୍ମ ବର୍ଜନିୟ ॥ ଆଜି ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥ ଜାଗାବାଡି ବିଷୟରେ ସତର୍କ ରହିବେ ॥
ସିଂହ -ଶୁଭରଙ୍ଗ ଧଳା, ଲାଲ ଓ ଗୋଲାପି କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତଥାପି ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ମା କାଳୀଙ୍କୁ ଦର୍ଶନ କରନ୍ତୁ ॥
କନ୍ୟା-ଶୁଭରଙ୍ଗ ଧଳା କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ, ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବାରେ ସମୟ ସାଥ ଦେବ ॥ସବୁଜ ପରିବା ଗୋମାତାଙ୍କୁ ଖାଇବାକୁ ଦିଅନ୍ତୁ ॥ ଯାନବାହାନ ଚଳାଚଳ ପ୍ରତି ସତର୍କ ରୁହନ୍ତୁ ॥
ତୁଳା -ଶୁଭରଙ୍ଗ ହଳଦିଆ ଓ କମଳା ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ମାତ୍ର ସ୍ବାସ୍ଥ୍ୟ ଭଲରହିବ ନାହିଁ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥
ପାରିବାରିକ ପରିବେଷରେ ସତର୍କ ରହିବେ ॥
ବିଛା -ଶୁଭରଙ୍ଗ ଧଳା ଶୁଭଚନ୍ଦ୍ରଙ୍କର ପ୍ରଭାବ ଥିଲେ ମଧ୍ୟ ଆର୍ଥିକ ଦୁର୍ବଳତା ସହିତ ମାନ, ସମ୍ମାନ ଓ ଲୋକସଂପର୍କ କ୍ଷେତ୍ରରେ ବାଧାବିଘ୍ନ ରହିବ ॥ କାହାକୁବି ବ୍ୟବହାର ଖରାପ କରନ୍ତୁ ନାହିଁ ॥
ମାତା ବଗଲାମୂଖିଙ୍କର ସ୍ତୁତି ଜପ କରନ୍ତୁ ॥
ଧନୁ -ଶୁଭ ରଙ୍ଗ ନିଳ ଓ ବାଇଗେଣି ଶୁଭଦିନ ରହିଛି ସମୟ ସାଥ ଦେବ, ମାତ୍ର ପାରିବାରିକ କିମ୍ବା ଲୋକସମ୍ପର୍କ କ୍ଷେତ୍ରରେ ସମୟ ସାଥ ଦେବ ନାହିଁ ॥ ଯାନବାହାନ ପ୍ରତି ସତର୍କ ॥ ତାରିଣି ମନ୍ଦିର ଦର୍ଶନ ସହିତ ବିଜମନ୍ତ୍ର ” ଓଁ ତାରା ଦେବୈ ନମଃ ୨୭ଥର ଜପ ॥
ମକର -ଶୁଭ ରଙ୍ଗ କଳା, ହଳଦିଆ କିମ୍ବା ଧୁସର ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ,ଶତୃଜୟର ଯୋଗ ରହିଛି, ଜାଗାବାଡି କିମ୍ବା ଯାନବାହାନ କ୍ଷେତ୍ରରେ ଅହେତୁକ ଲାଭ ପ୍ରାପ୍ତି ଯୋଗ ରହିଛି ॥ ସରକାରି ସ୍ତରରେ ପ୍ରତିକାମରେ ସତର୍କ ରହିବେ ॥ ସୁର୍ଯ୍ୟ ଭଗବାନଙ୍କୁ ଜଳସହିତ ଧଳାରାଶି ମିଶାଇ ଅର୍ଘ୍ୟ ଦାନ ॥
କୁମ୍ଭ -ଶୁଭ ରଙ୍ଗ ନିଳ ଓ କମଳା ଅଶୁଭ ଚନ୍ଦ୍ର ହେତୁ ନୁତନ କାର୍ଯ୍ୟ ଆରମ୍ଭ କରିବେ ନାହିଁ ତତାପି ଅନ୍ୟାନ୍ୟ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତ ହେବ ॥ କାହାକୁ ହତାଦାର କରନ୍ତୁ ନାହିଁ ॥ ସ୍ନାନ ପରେ ମହୁ ଖାଇ ଦିନଟି ଆରମ୍ଭ କରିବେ ॥
ମୀନ -ଶୁଭ ରଙ୍ଗ ଗୋଲାପି ଓ ହଳଦିଆ ଆର୍ଥିକ ସ୍ଥିତି ସହିତ ପାରିବାରିକ ପରିବେଷ ଭଲ ରହିବ, କର୍ମ କ୍ଷେତ୍ରରେ ଚେଷ୍ଟା କଲେ ଶୁଭଫଳ ନିଶ୍ଚୟ ପ୍ରାପ୍ତ ହେବ ॥ ଯାନବାହାନ ଓ ଅଗ୍ନିଜନିତ ସତର୍କତା ଅବଲମ୍ବନ କରିବେ ॥ ହନୁମାନ ଚାଳିଷା ଜପ କରନ୍ତୁ ॥