ଆଜି ଶନିବାର ଆପଣଙ୍କ ଦିନଟି କିପରି କଟିବ ଜାଣନ୍ତୁ ଆଜିର ରାଶି ଫଳରୁ…
ମେଷ :- ଶୁଭ ରଙ୍ଗ – କମଳା ଓ ଗୋଲାପି ॥ ମାନ ସମ୍ମାନ ଧନ ଓ ଆତ୍ମବଳ ଦୃଢ ରହିବ, ଯୋଜନାରେ ସଫଳ ହେବେ ॥ ପବିତ୍ର ତୁଳସି ବୃକ୍ଷ ମୂଳରେ ଜଳ ସହିତ ରକ୍ତଚନ୍ଦନ ମିଶାଇ ଦିଅନ୍ତୁ ॥ ଲାଲରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
ବୃଷ :- ଶୁଭ ରଙ୍ଗ – ଧଳା ॥ ଅଚାନକ ଦୁର୍ଘଟଣା ପ୍ରତି ସତର୍କ ରହିବେ, ଦାମ୍ପତ୍ୟ ମତାନ୍ତର ସହିତ ମାନସିକ ଚିନ୍ତା ସହ ଧନହାନି ॥ ଲାଲରଙ୍ଗ ବ୍ୟବହାର କରିବେ ନାହିଁ ॥ ଶିବ ପଞ୍ଚାକ୍ଷରି “ଓଁ ନମଃ ଶିବାୟ” ଦିନଭରି ସ୍ମରଣ କରନ୍ତୁ ॥
ମିଥିନ :- ଶୁଭରଙ୍ଗ- ଧଳା ॥ ମନମୁତାବକ କାର୍ଯ୍ୟ ସଂପର୍ଣ୍ଣ ହେବ,କର୍ମକ୍ଷେତ୍ର ଓ ପାରିବାରିକ ପରିବେଷ ଭଲ ରହିବ ॥ ଭୋକିଲାକୁ ପେଟପୁରା ଖାଇବାକୁ ଦିଅନ୍ତୁ ॥ ଅଯଥା ଭ୍ରମଣ ପ୍ରତି ସତର୍କ ରୁହନ୍ତୁ
କର୍କଟ :- ଶୁଭ ରଙ୍ଗ – ଧଳା ॥ ଆତ୍ମବଳ ଦୃଢ ରହିବ, କୌଣସି କ୍ଷେତ୍ରରୁ ଅାର୍ଥିକ ସହାୟତା ପ୍ରାପ୍ତ ହେବ ମାତ୍ର ॥ ମାତା ଦୁର୍ଗାଙ୍କର ଉପାସନା କରନ୍ତୁ ॥ କର୍ମକ୍ଷେତ୍ରରେ ସହଜରେ କାହାକୁ ବିଶ୍ବାସ କରିବେ ନହିଁ ॥
ସିଂହ :- ଶୁଭରଙ୍ଗ – ହଳଦିଆ ଓ ମାଟିଆ ॥ ପ୍ରତି କାମରେ ଶୁଭଫଳ ମିଳିବ, ଅଟକିଥିବା କାମ ସହଜରେ ହେବ, ଆତ୍ମବଳ ଅଧିକ ରହିବ ॥ ଗୋଲାପି ବସ୍ତ୍ର ପରିଧାନ କରି ଦୁର୍ଗା ମାଙ୍କର ସ୍ତୁତି ପାଠ କରିବ ॥ କଳାରଙ୍ଗ ବ୍ୟବହାର କରନ୍ତୁ ନାହିଁ ॥
କନ୍ୟା :- ଶୁଭ ରଙ୍ଗ – ହଳଦିଆ ॥ ଦିନର ପ୍ରତ୍ୟେକ ସମୟ ସାଥ ଦେବ ତେଣୁ ସମୟର ଫାଇଦା ଜଉଠାନ୍ତୁ ॥ ଯାନ୍ତ୍ରିକ ଦ୍ରବ୍ୟ ପ୍ରତି ସତର୍କ ରହିବେ ॥ ବିଷ୍ଣୁ ଭଗବାନଙ୍କୁ ସ୍ମରଣ କରି ଦିନ କାଟନ୍ତୁ ॥
ତୁଳା :- ଶୁଭରଙ୍ଗ – ସବୁଜ ॥ ଶୁଭ ସମୟର ସହଯୋଗ ମିଳିବ, ନୂତନ କିଛି ପ୍ରାପ୍ତ ହେବ, ଜନମାନସରେ ସୁସମ୍ପର୍କ ବୃଦ୍ଧି ହେବ ॥ ଗାଡିଚଲାଇବ ବେଳେ ସତର୍କତା ଅବଲମ୍ବନ କରିବେ॥ ମହାମୃତ୍ୟୁଞ୍ଜୟ ୧୧ଥର ଜପ କରି ଦିନଟି ଆରମ୍ଭ କରିବେ ॥
ବିଛା :- ଶୁଭ ରଙ୍ଗ – ଧଳା ଓ ହଳଦିଆ ॥ ଆର୍ଥିକ ସହାୟତା ପ୍ରାପ୍ତି, ଲୋକାଭିମୁଖି ଯୋଜନାରେ ସଫଳତା, ଅର୍ଥବୃଦ୍ଧି ସହିତ ମାନସିକ ଶାନ୍ତି ବୃଦ୍ଧି ॥ ଲୁହା ଦ୍ରବ୍ୟ ବ୍ୟବହାର କରିବେ ନାହିଁ॥ ଓଁ ହଂ ହନୁମତେ ନମଃ ୨୭ଥର ଜପ କରନ୍ତୁ ॥
ଧନୁ :- ଶୁଭରଙ୍ଗ – ଧଳା ॥ କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତିର ଯୋଗ ରହିଛି, ମନୋବଳ ଦୃଢରହିବ ତେଣୁ ଯେକୌଣସି କାମରେ ମନବଳାଇବେ ସଫଳତା ମିଳିବ ॥ ଭୋକିଲାକୁ ପେଟଭରି ଖାଇବାକୁ ଦିଅନ୍ତୁ ॥ ମାତାରିଣିଙ୍କର ଉପାସନା କରିବେ ॥
ମକର :- ଶୁଭ ରଙ୍ଗ – କମଳା ॥ ସବୁକ୍ଷେତ୍ରରେ ସହଯୋଗ ମିଳିବ, ମନୋବଳ ସୁଦୃଢ ରହିଵ, ଭୂମି ପ୍ରାପ୍ତିର ଯୋଗ ରହିଛି ॥ ସତର୍କତା – ଲାଲ କିମ୍ବା ଖଇରିଆ ରଙ୍ଗ ବ୍ୟବହାର କରିବେ ନାହିଁ ॥ ମା ଲକ୍ଷ୍ମୀଙ୍କୁ କ୍ଷିରରେ ସ୍ନାନ କରନ୍ତୁ ଓ ୭ଟି ଧଳାଫୁଲ ଅର୍ପଣ କରନ୍ତୁ ॥
କୁମ୍ଭ :- ଶୁଭ ରଙ୍ଗ – କମଳା ॥ ମାନସମ୍ମାନ ମିଳିବ ମାତ୍ର ଅଯଥା ବାଧାବିଘ୍ନ ଷୃଷ୍ଟି ହେବ ଫଳରେ ହେବା କାମ ବିଗିଡି ଯିବ ॥ ସହଜରେ କାହାକୁ ବିଶ୍ବାସ କରନ୍ତୁ ନାହିଁ ॥ ଦହି ଖାଇ ଦିନଟି ଆରମ୍ଭ କରିବେ ॥
ମୀନ :- ଶୁଭ ରଙ୍ଗ – ନିଳ, ମୟୁର ରଙ୍ଗ ॥ ଶୁଭଦିନ ରହିଛି ପ୍ରତ୍ୟେକ କ୍ଷେତ୍ରରେ ସମୟ ସାଥ ଦେବ, ମାନସିକ ସ୍ଥିତି ଶାନ୍ତ ରହିବ ॥ କାହାକୁ କିଛି ଦାନ କରନ୍ତୁ ନାହିଁ ॥ କଦଳୀ ଗଛ ମୂଳରେ ହଳଦି ଜଳ ସହିତ ଧୂପ ଦ୍ବିପ ନୈବେଦ୍ୟ ଅର୍ପଣ କରନ୍ତୁ॥