ଆଟୋଆ ସଂଘର ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଅନ୍ତର୍ଗତ ବଡକାଳିମାଟି ଠାରେ ସ୍ଥାନୀୟ ଅଞ୍ଚଳ ଟ୍ରକ ମାଲିକ ମାନଙ୍କୁ ନେଇ ଗଠିତ ହୋଇଥିବା ଆଞ୍ଚଳିକ ଟ୍ରକ ମାଲିକ ସଂଘ (ଆଟୋଆ) ସଂଘର ନୂତନ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଗୁରୁବାର ଅପରାହ୍ନରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ରୂପେ ଏସଏମପିଏଲର ନିର୍ଦେଶକ ଅର୍ଜୁନ ସାରସ୍ୱତ,କ୍ରାକରସ ଇଣ୍ଡିଆର ବି.ବି.ଦାସ,ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟର ବରିଷ୍ଠ ଅଧିକାରୀ ଶଶାଙ୍କ ଶେଖର ଦାସ ପ୍ରମୁଖ ଯୋଗଦେଇ ଏହି ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଆଞ୍ଚଳିକ ଟ୍ରକ ମାଲିକ ସଂଘର ସଭାପତି ମନୋଜ ମହାନ୍ତ,ଉପସଭାପତି ଅର୍ଜୁନ ମୁଣ୍ଡା,ସମ୍ପାଦକ ରାଜେନ୍ଦ୍ର ବାରିକ,ସହ ସମ୍ପାଦକ ମନବୋଧ ବେହେରା,କୋଷାଧ୍ୟକ୍ଷ ମିଷ୍ଟର ସାହୁଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ । ଦୁଇବର୍ଷ ପୂର୍ବେ ଏହି ଟ୍ରକ ମାଲିକ ସଂଘ ପଞ୍ଜୀକୃତ ହୋଇଥିବା ବେଳେ ସଂଘର ନିଜସ୍ୱ ଗୃହ ନଥିବାରୁ ଟ୍ରକ ମାଲିକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ପ୍ରାୟ ୧୯୦୦ରୁ ଉର୍ଦ୍ଧ୍ଵ ଟ୍ରକ ମାଲିକ ଏହି ସଂଘରେ ପଞ୍ଜୀକୃତ ରହିଥିବା ବେଳେ ଆଜି ସଂଘ ପକ୍ଷରୁ ନୂତନ କାର୍ଯ୍ୟାଳୟ ଉଦଘାଟିତ କରାଯାଇଛି । ଖଣି ଅଞ୍ଚଳ ଅଧୀନରେ ଆସୁଥିବା ଏହି ସଂଘର ଟ୍ରକ ମାଲିକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ସଂଘର ସଦସ୍ୟଗଣ ମତବ୍ୟକ୍ତ କରିଥିଲେ । କାଳିମାଟି ଠାରେ ମୁଖ୍ୟ କାର୍ଯ୍ୟାଳୟ ରହିଥିବା ବେଳେ ଏହି ସଂଘର ଶାଖା କାର୍ଯ୍ୟାଳୟ ଦେଓଝର ଠାରେ ରହିଛି । ତେବେ ଉଦଘାଟନୀ ସମାରୋହରେ ଟ୍ରକ ମାଲିକ ଯୁଧିଷ୍ଟିର ପଲେଇ,ଜୟନ୍ତ ବେହେରା,ରଞ୍ଜିତ ବେହେରା ସମେତ ବହୁ ଅଞ୍ଚଳର ଟ୍ରକ ମାଲିକ,ଖଣି କମ୍ପାନୀ ବରିଷ୍ଠ ଅଧିକାରୀ,ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ