ପଦ୍ମେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ

ହାଟଡିହି (ଓ୍ବାଇଏନଏସ): ଛେନାପଦି ଥାନପତି ପୂଜା କମିଟି ଆନୁକୂଲ୍ୟରେ ଚାଲିଥିବା ପଦ୍ମେଶ୍ୱର କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇ ଯାଇଛି। ଏଥିରେ ତ୍ରିସିକା ଡ୍ରାଗନ ଇଲେଭେନ ଚାମ୍ପିୟାନହୋଇଛି। ମୋଟ ୮ଟି,ଦଳ ଭାଗ ନେଇଥିବା ବେଳେ ବିକାଶ ୱାରିଅର ସୋସୋ ଏବଂ ତ୍ରିସିକା ଡ୍ରାଗନ ଇଲେଭେନ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ତ୍ରିସିକା ଡ୍ରାଗନ ଇଲେଭେନ ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ଓଭରରେ ୧୩୦ ରନ କରିଥିବା ବେଳେ ତାର ଜବାବ ରେ ବିକାଶ ୱାରିଅର ମାତ୍ର ୬୫ ରନ କରିଥିଲା । ଅମ୍ପାୟାର ଭାବେ ଜଗବନ୍ଧୁ କର, ଦିଲ୍ଲୀପ କୁମାର ଜେନା, ସୁଶୀଲ ଆୟଚ ଖେଳ ପରିଚାଳନା କରିଥିବା ବେଳେ ମିଟୁ ଜେନା ଧାରା ବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ସାମ୍ବାଦିକ କିଶୋର ଆଚାର୍ଯ୍ୟ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନାଦି ଚରଣ ଜେନା, ଭୀମସେନ ସା, ଉଦୟନାଥ ସା, ଅଭିରାମ ସା, ଆକାଶ ସା, ଅଜୟ ଲେଙ୍କା, ସୁଜିତ ସା, କୁଳମଣି ସା, ମହେନ୍ଦ୍ର ଜେନା, ବିଜୟ ସା, ମନୋଜ ଜେନା, ସୁଜିତ ନାୟକ ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ