ଆତଙ୍କବାଦୀ ଙ୍କ ପାଖରେ ପାକିସ୍ତାନୀ ବନ୍ଧୁକ

ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସମ୍ପର୍କ ଥିବା ନେଇ ଅନେକ ସମୟରେ ଚର୍ଚ୍ଚା ହେଉଛି। ଏପରି କି ଭାରତରେ ଆତଙ୍କବାଦକୁ ବିସ୍ତାର କରିବା ଲାଗି ପାକିସ୍ତାନୀ ସେନା ଆତଙ୍କବାଦୀଙ୍କୁ ବ୍ୟବହାର କରୁଥିବା ବିଭିନ୍ନ ସମୟରେ ପ୍ରମାଣ ମିଳିଛି। ଏଭଳି ପୁଣି ଏକ ପ୍ରମାଣ ଲାଗିଛି ଭାରତୀୟ ସେନା ହାତରେ। ଶୁକ୍ରବାର ଯବାନଙ୍କ ଗୁଳିରେ ନିହତ ହୋଇଥିବା ଜୈଶ ଆତଙ୍କବାଦୀଙ୍କଠାରୁ ଯେଉଁ ବନ୍ଧୁକ ମିଳିଛି ତାହା ପାକିସ୍ତାନୀ ସେନା ଦ୍ବାରା ବ୍ୟବହାର କରାଯାଉଛି, ଯାହା ଆତଙ୍କବାଦୀଙ୍କ ସହ ପାକ୍‌ ସେନାର ସମ୍ପର୍କକୁ ପ୍ରମାଣତି କରୁଛି ବୋଲି ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ଶୁକ୍ରବାର ସକାଳେ ଜାମ୍ମ-କାଶ୍ମୀରର ବଡ଼ଗାମ ଜିଲାରେ ଏନକାଉଣ୍ଟରରେ ୨ ଜୈଶ ଆତଙ୍କବାଦୀ ନିହତ ହୋଇଥିଲେ। ସେମାନଙ୍କଠାରୁ ଗୋଟିଏ ଆମେରିକା ନିର୍ମିତ ଏମ୍‌-୪ ରାଇଫଲ ଜବତ ହୋଇଛି। ଏହି ରାଇଫଲକୁ ପାକ୍‌ ସେନା ବ୍ୟବହାର କରୁଛି। ଆତଙ୍କବାଦୀଙ୍କ ନିକଟରେ ଏହି ରାଇଫଲ କିପରି ପହଞ୍ଚିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତ ୬ମାସ ମଧ୍ୟରେ ଆତଙ୍କବାଦୀଙ୍କଠାରୁ ଏଭଳି ରାଇଫଲ ଜବତ ହେବା ୨ୟ ଘଟଣା। ଗତବର୍ଷ ସୁରକ୍ଷାକର୍ମୀମାନେ ଜୈଶ ମୁଖ୍ୟ ମାସୁଦ ଆଝାରଙ୍କ ପୁତୁରା ଉସମାନ ହାଇଦରଙ୍କଠାରୁ ଏପରି ଏକ ଆମେରିକା ନିର୍ମିତ ବନ୍ଧୁକ ଜବତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ