ଆତଙ୍କବାଦ ବିରୋଧୀ ଅଭିଯାନ ପ୍ରସଙ୍ଗ ଭାରତକୁ ନେପାଳର ସମର୍ଥନ

ନୂଆଦିଲ୍ଲୀ(ଏଜେନ୍ସି): ଭାରତ ପକ୍ଷରୁ ଗ୍ରହଣ କରାଯାଉଥିôବା ଆତଙ୍କବାଦ ବିରୋଧୀ ଅଭିଯାନ ପ୍ରତି ପଡୋଶୀ ଦେଶ ନେପାଳ ସମର୍ଥନ ବ୍ୟକ୍ତ କରିଛି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସଚିବ ବିଜୟ ଗୋଖ୍ଲେ ଏବଂ ପ୍ରତିପକ୍ଷ ନେପାଳ ସଚିବ ଶଙ୍କର ଦାସ ବୈରାଗୀଙ୍କ ମଧ୍ୟରେ ଗୁରୁବାର କାଠମାଣ୍ଡୁରେ ଏକ ଦ୍ୱି-ପାକ୍ଷିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆତଙ୍କବାଦ ଦମନ କ୍ଷେତ୍ରରେ ଭାରତର ପ୍ରତ୍ୟେକ କାର୍ଯ୍ୟକ୍ରମ ଓ ପଦକ୍ଷେପକୁ ନେପାଳ ସମର୍ଥନ ଦେଉଛି ବୋଲି ନେପାଳ ସଚିବ ସ୍ପଷ୍ଟ କରିଛନ୍ତି । ଏହି ବୈଠକରେ ଉଭୟ ବିଦେଶ ସଚିବ ଦ୍ୱି-ପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି । ଅନୁଷ୍ଠିତ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଯଥା, ମୋତିହାରୀ-ଅ ।ମଲେଖଗଞ୍ଜ ତୈଳ ପାଇପ୍ଲାଇନ୍, ରେଳ ଯୋଗାଯୋଗ ଏବଂ ଅରୁଣ- ୩ ହାଇଡ୍ରୋପାୱାର ପ୍ରୋଜେକ୍ଟ ଭଳି ବିକାଶମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ସେହିପରି ଦୁଇ ବିଦେଶ ସଚିବ ଗତ ଫେବୃଆରୀରେ ସଂଗଠିତ ପୁଲୱମା ଅ ।କ୍ରମଣ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦୁଇ ଦିନିଅ । ନେପାଳ ଗସ୍ତ କାଳରେ ବିଦେଶ ସଚିବ ବିଜୟ ଗୋଖ୍ଲେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ସେଠାକାର ବିଦେଶ ମନ୍ତ୍ରୀ ପ୍ରଦୀପ କୁମାର ଗୟାୱଲିଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ