ଆତ୍ମନିଯୁକ୍ତି ପାଇଁ ମହିଳାଙ୍କ ଛତୁ ଚାଷ ତାଲିମ ଶିବିର ଉଦ୍‌ଘାଟିତ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ୟୁନିୟନ ବ୍ୟାଙ୍କର ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ଗୁମ୍ମା ବ୍ଲକ ଅଜୟଗଡ ପଞ୍ଚାୟତ ଅନ୍ତର୍ଗତ ରୁଢେଇ ଗ୍ରାମରେ ଛତୁଚାଷ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି ଛତୁ ଚାଷ ତାଲିମ କାର୍ଯ୍ୟକ୍ରମରେ ଓପିଇଏଲ୍‌ପି, ଏଲଏସ୍‌ଡିଏ ଓ ଜେକେପି ସ୍ୱେଚ୍ଛାସେବୀ ଅନୁଷ୍ଠାନରୁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୨୫ଜଣ ମହିଳା ଛତୁ ଚାଷ ତାଲିମ ନିମନ୍ତେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଆଗ।ମି ୧୦ଦିନ ଧରି ଚାଲିବ । ଉଦ୍‌ଘାଟନ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ପ୍ରବନ୍ଧକ କିଶୋର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଜୟଗଡର ସରପଞ୍ଚ ସୁମ୍ବ୍ରା ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜେକେପି ସ୍ୱେଚ୍ଛାସେବୀ ଅନୁଷ୍ଠାନର ଟିମ୍ ଲିଡର ବିଉଟି ଲିମ୍ମା ଏବଂ ତାଙ୍କ ସହଯୋଗୀ ମାନେ ପରିଚାଳନା କରିଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ପ୍ରଧ୍ୟାପକ ଦିଲ୍ଲୀପ କୁମାର ତନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ