ଆତ୍ମା ସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏପ୍ରିଲ ୦୨ ତାରିଖ ରୁ ଆରମ୍ଭ ହୋଇଥିବା ଅଷ୍ଟ ଦିବସିୟ ଛାତ୍ରୀମାନଙ୍କ ଆତ୍ମା ସୁରକ୍ଷା ତାଲିମ ଶିବିର ଏପ୍ରିଲ ୦୯ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପିନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପ୍ରିନ୍ସପାଲ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଭାବେ ମାଣିତରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର ଚିକିତ୍ସକ ଡାକ୍ତର ଦୁର୍ଗା ପ୍ରସାଦ ସାହୁ ଯୋଗଦେଇ ଛାତ୍ରୀମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଭାବେ ମାଣିତରା ସେକ୍ସନ ବନପାଳ ସରସ୍ୱତୀ ନାୟକ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। ତାଲିମ ଶିବିରର ଉପଦେଷ୍ଟା ଅଧ୍ୟାପିକା ସୁଚିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆଠ ଦିନ ନିୟମିତ ଶାନ୍ତି ଶୃଙ୍ଖଳା ସହ ତାଲିମ ସମାପ୍ତ ହୋଇଥିଲା। ମାଷ୍ଟର ଟ୍ରେନର ପୂଜାରାଣୀ ପ୍ରଧାନ ଓ ଦିବ୍ୟାନୀ ସାହୁ ତାଲିମ ଶିବିରରେ ପ୍ରଦାନ କରିଥିବା ଆତ୍ମ ସୁରକ୍ଷା କୌଶଳ ଛାତ୍ରୀମାନେ ପ୍ରଦର୍ଶନ କରିଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କ ଦ୍ୱାରା ପ୍ରଦର୍ଶିତ ଆତ୍ମ ସୁରକ୍ଷା କୌଶଳ କୁ ପ୍ରଶଂସା କରିଥିଲେ। ଶେଷରେ ସମସ୍ତ ଛାତ୍ରୀମାନଙ୍କୁ ମହିଳା ଆତ୍ମ ସୁରକ୍ଷା କୌଶଳ ପୁସ୍ତକ “ରିଆକ୍ଟ” ବଣ୍ଟନ କରାଯାଇଥିଲା। ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ସନ୍ତୋଷ କୁମାର ସ୍ୱାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ