ଶାଳକଣିଆଁ ସ୍କୁଲରେ ଶିଶୁ ତରଙ୍ଗ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାଳଣିଆଁ କ୍ଲଷ୍ଟରର କଳିଗାଁ ପଞ୍ଚାୟତର ଶାଳକଣିଆଁ ସ୍କୁଲରେ ଆସପେୟାର ପକ୍ଷରୁ ଶିଶୁ ତରଙ୍ଗ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକର ବିଡିଓ ବିନିତା ବିଜୟିନୀ, ମୁଖ୍ୟ ବକ୍ତା ଭାବେ ସିଡିପିଓ ସରସ୍ୱତୀ ସେଠୀ, ସମ୍ମାନୀତ ଅତିଥି ଭାବେ ୩୭ନଂ ଜୋନର ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, କଳିଗାଁ ପଞ୍ଚାୟତର ସରପଞ୍ଚ ହେମଲତା ଜେନା, ସମିତିସଭ୍ୟ ମଣିକର କିସ୍କୁ, ସିଆରସିସି ଜିତେନ୍ଦ୍ର ସ୍ୱାଇଁ, ସ୍କୁଲ କମିଟି ଚେୟାରମ୍ୟାନ ପ୍ରଶାନ୍ତ ମଲ୍ଲିକ, ଆସପେୟାର ବ୍ଲକ ଇନଚାର୍ଜ କୃପାସିନ୍ଧୁ ସିଂ, ଏମ.ଆଇ.ଏସ ସୁମିତ ସୁବାଶିଷ ପାତ୍ର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଦ୍ୱାରା ଛାତ୍ରଛାତ୍ରୀଙ୍କ ଲୁକାୟିତ ପ୍ରତିଭାର ପରିପ୍ରକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରଙ୍ଗୋଲି, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଝୋଟିଚିତ୍ର, ସାଧାରଣଜ୍ଞାନ, ହାଣ୍ଡିପିଟା, ରୁମାଲ ଚୋରୀ, ମିଉଜିକ ଚେୟାର, ବକ୍ତୃତା ଆଦି ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଆସପେୟାରର ଶିକ୍ଷଣ ସଂଯୋଜକ ଦୁଷ୍ମନ୍ତ କୁମାର ସାହୁ, ଶାଳଣିଆଁ କ୍ଲଷ୍ଟରର ସିଏଫ ବିପିନି କୁମାର କୁଅଁର, ରବି ଶଙ୍କର ନାୟକ, ଭାଗିରଥି ନାୟକ, ଇନ୍ଦ୍ରମଣି ନାୟକ, ସ୍ୱେଚ୍ଛାସେବୀ ନିରୁପମା ଜେନା, ଲିଙ୍କି ଦାସ, ପୁଷ୍ପଲତା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ