ନୀଳଗିରି ଥାନା ଅଧିକାରୀଙ୍କୁ ତୁରନ୍ତ ଗିରଫ କରିଯାଉ  

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ ନହେବାରୁ ସାମ୍ବାଦିକଙ୍କ ଉପରେ ଏପରି ଜୁଲମ ଦିନକୁ ଦିନ ବୃଦ୍ଧି ପାଉଛି । ନୀଳଗିରି ପୋଲିସର ଅମାନବିୟ କାର୍ଯ୍ୟ ପୁଣି ଜଣେ ସାମ୍ବାଦିକଙ୍କ ପ୍ରତି ଆତଙ୍କବାଦୀ ଭଳି ବ୍ୟବହାର ହାତରେ କଡି ଗୋଡରେ ବେଢି ପକାଇ ଡାକ୍ତରଖାନାରେ ରଖିବାକୁ ନେଇ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି । ଏହି ଘଟଣାକୁ ନେଇ ରାଜଧାନୀରେ ସାମ୍ବାଦିକ ମିଳିତ ମଂଚ ପକ୍ଷରୁ ବିକ୍ଷୋଭ କରାଯାଇଛି । ବିଭିନ୍ନ ବର୍ଗର ସାମ୍ବାଦିକମାନେ ଏକଜୁଟ୍ ହୋଇ ଘଟଣାର ଦୃନ ପ୍ରତିବାଦ କରିଥିଲେ । ଆତଙ୍କବାଦୀ କିମ୍ବା ପେସାଦାର ଅପରାଧି ପରି ଜଣେ ସାମ୍ବାଦିକଙ୍କ ଗୋଡରେ ବେଢି ପକାଇଥିବା ନୀଳଗିରି ଥାନା ଅଧିକାରୀଙ୍କୁ ବହିଷ୍କାର ସହ ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏଥି ସହ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଛି । ସାମ୍ବାଦିକ ମିଳିତ ମଂଚର ଆବାହକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ରାମଚଣ୍ଡି ପ୍ରସାଦ ରଣସିଂହ,  ପ୍ରସନ୍ନ କୁମାର ମହାନ୍ତି, ଆଲ୍ପା ରାୟ, ବିଦ୍ୟାଧର ବାରିକ୍‌, ମୌସୁମୀ ମହାନ୍ତି, ଅପୂର୍ବ ରଞ୍ଜନ ପଣ୍ଡା, ଚନ୍ଦନ ପାଇକରାୟ, କିଶନ କୁମାର ବରାଇ, ଚିନ୍ମୟ ମହାପାତ୍ର, ଦେବଦତ ପାତ୍ର, ସୋମ୍ୟଜିତ ସିହ୍ନା, କପିଳେନ୍ଦ୍ର ପ୍ରଧାନ, ନବୀନ ଚନ୍ଦ୍ର ଦାସ, ଅଜୟ ପଣ୍ଡା, ଓଁକାର ମହାନ୍ତି, ବିକାଶ ଦାସ, ସରିତଦିପ୍ ଶତପଥି ଓ ବହୁ ସାମ୍ବାଦିକ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ