ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ପୋଲସରା , ( ଅନିଲ କୁମାର ମହାରଣା ) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟରେ ୨୦ ଦିନ ଧରି ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଏପ୍ରିଲ ୨୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ପ୍ରମୋଦ କୁମାର ରଥ ଅଧ୍ୟକ୍ଷତା କରିବା ସହ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡକ୍ଟର ମନୋଜ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଲିପ୍ସାରାଣୀ ପାତ୍ର ଓ ସମ୍ମାନିତ ଅତିଥି ଭାବେ କ୍ରୀଡା ଶିକ୍ଷକ ଦୀପକ କୁମାର ସ୍ୱାଇଁ ଯୋଗଦେଇ ଆତ୍ମ ସୁରକ୍ଷା ତାଲିମର ଉପକାରୀତା ବିଷୟରେ ଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଆତ୍ମ ସୁରକ୍ଷା ତାଲିମ ଶିବିରର ସଂଯୋଜିକା ତଥା ଏନସିସି ଅଫିସର ଲେଫନାଣ୍ଟ ବିନତା କୁମାରି ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୨୦ ଦିନ ଧରି ଶାନ୍ତି ଶୃଙ୍ଖଳା ସହ ଆତ୍ମ ସୁରକ୍ଷା ତାଲିମ ଶିବିର ପରିଚାଳିତ ହୋଇଥିଲା। କଲେଜର +୩ ପ୍ରଥମ ବର୍ଷର ୧୮୦ ଜଣ ଛାତ୍ରୀଙ୍କୁ ମାଷ୍ଟର ଟ୍ରେନର ଶୁଭଶ୍ରୀ ସାହୁ ଓ ଜ୍ୟୋତିର୍ମୟୀ ଜେନା ଏବଂ ଅଲୁମିନୀ ଟ୍ରେନର ଶିବାଲୀ ପାଢ଼ୀ ୨୦ ଦିନଧରି ତାଲିମ ଦେଇଥିବା ଆତ୍ମ ସୁରକ୍ଷା କୌଶଳକୁ ଛାତ୍ରୀମାନେ ଅତିଥି ବୃନ୍ଦଙ୍କ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ। ଅତିଥି ବୃନ୍ଦ ଛାତ୍ରୀମାନଙ୍କ ଆତ୍ମ ସୁରକ୍ଷା କୌଶଳକୁ ପ୍ରଶଂସା କରିଥିଲେ। ସମସ୍ତ ଛାତ୍ରୀମାନଙ୍କୁ ତାଲିମ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିବା ବେଳେ ଉତ୍ତମ କୌଶଳ ପ୍ରଦର୍ଶିତ କରିଥିବା ୨ ଜଣ ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିସହ ମାଷ୍ଟର ଟ୍ରେନର ମାନଙ୍କୁ ମଧ୍ୟ ପ୍ରମାଣ ପତ୍ର ସହ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ଆଲୁମିନୀ ଶିବାଲି ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ