ଆଥଲେଟିକ ଆସୋସିଏସନ ପକ୍ଷରୁ ଜାତୀୟ କ୍ରିଡା ଦିବସ ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଛତ୍ରପୁର ଆଥଲେଟିକ ଅସୋସିଏସନ ପକ୍ଷରୁ ବିଶିଷ୍ଟ ହକି ଖେଳାଳୀ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଅବସରରେ ଜାତୀୟ କ୍ରିଡା ଦିବସ ସଭାପତି ସୂବର୍ଣ୍ଣମାଳା ବିଷୋୟୀଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଖୋ-ଖୋ କୋଚ ସୁଶାନ୍ତ କୁମାର ନାୟକ, ସରୋଜ ପାଢୀ, ସମାଜସେବୀ ମୁକ୍ତାର ଅହମ୍ମଦ ଓ ଏ.ରାବଣା ରାଓ, ଅପରବସଷ୍ଟାଣ୍ଡ ବଣିକ ସଂଘ ସଭାପତି ବି.ରାଜୁବାବୁ, ଯୁବ ସମାଜସେବୀ ଶ୍ରୀକାନ୍ତ ମହାନ୍ତି, ଅନୀତା ମିଶ୍ର , ରବିନ୍ଦ୍ର ସାହୁ ଙ୍କ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।