ଆଦର୍ଶ ଚାଷୀ ପର୍ଶୁରାମ ସ୍ୱାଇଁଙ୍କ ସ୍ମୃତିଚାରଣ ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ଗ୍ରାମର ଆଦର୍ଶ ଚାଷୀ ଭାଗବତ ପ୍ରେମୀ, ସାମାଜିକ କର୍ମୀ ପର୍ଶୁରାମ ସ୍ୱାଇଁଙ୍କ ବିୟୋଗରେ ଏକ ସ୍ମୃତିସଭା ତାଙ୍କ ବାରୋସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସୁଦର୍ଶନ ମହାପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପ୍ରଥମେ ସ୍ୱର୍ଗତ ସ୍ୱାଇଁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଭୀମସେନ ପ୍ରଧାନ, ନିରଞ୍ଜନ ପରିଡା, ଅଜୟ ସ୍ୱାଇଁ, ଧନେଶ୍ୱର ବାବା, ହରିଶ ଭାଇ, ଭାଗିରଥୀ ଜେନା, ପଣ୍ଡିତ ପଦନ ଚରଣ ଦାଶ, ଗଗନବିହାରୀ ଜେନା, ଶୈଳଜାଶଙ୍କର ସାମଲ, ପୁତ୍ର ଉତ୍ତମ ସ୍ୱାଇଁ, ଭାଇ ଗୈାତ୍ତମ, ଅତ୍ମାରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ସ୍ୱାଇଁଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଭାବଗ୍ରାହୀ କଳାନିକେତନ ପକ୍ଷରୁ ଭକ୍ତିପୂର୍ଣ୍ଣ ଭଜନ ପରିବେଷଣ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ନିରୂପମା ଜେନା, ରଞ୍ଜନ ବରାଳ, ଅମର ବିଶ୍ୱାଳ, ଅଜୟ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଦିପକ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।