ଆଦର୍ଶ ବିଦ୍ୟାଳୟର ୫ ମ ବାର୍ଷିକୋତ୍ସବ ପାଳନ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ଵର ଗ୍ରାମ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ୫ ମ ବାର୍ଷିକୋତ୍ସବ ‘ ଉମଙ୍ଗ ‘ ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାମଣି ପଲାଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଦିଗପହଣ୍ଡି ଅତିରିକ୍ତ ତହସିଲଦାର ସନାତନ ମହାଲିକ ମୁଖ୍ୟ ଅତିଥି ଏବଂ ଜିଲ୍ଲା ନୋଡାଲ ଅଧ୍ଯକ୍ଷ ଅରୁଣ କୁମାର ପଟେଲ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । ସେହିପରି ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ସାନଖେମୁଣ୍ଡି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ଯକ୍ଷ ରଶ୍ମୀ ରଞ୍ଜନ ବେଉରା , ବ୍ଯାଙ୍କ ଅଫ ବରୋଦା ଶାଖା ପ୍ରବନ୍ଧକ ଭେଙ୍କଟେସ ଆଚାର୍ଯ୍ୟ , ଯୁଗ୍ମ ପ୍ରବନ୍ଧକ ଶିତାଂଶୁ ଶେଖର ପଟ୍ଟନାୟକ , ସ୍ଥାନୀୟ ସରପଞ୍ଚ ବିଜୟ କୁମାର ପ୍ରଧାନ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ରହି ଛାତ୍ରଛାତ୍ରୀ ମାନେ କିପରି ନିଜକୁ ଆଦର୍ଶ ଭାବେ ଗଢି ତୋଳିବେ ଏବଂ ଏହି ମାଟିର ଜଣେ ଭଲ ମଣିଷ ହେବା ସହିତ ନିଜ ଗାଁ ଓ ବିଦ୍ୟାଳୟ ପାଇଁ ଗୌରବ ଆଣିବା ନିମନ୍ତେ ବାର୍ତ୍ତା ପ୍ରଦାନ କରିଥିଲେ । ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ପଲାଇ ବାର୍ଷିକ ବିବରଣୀ ପାଠ କରିଥିଲେ । ଛାତ୍ରଛାତ୍ରୀ ମାନେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ପୂର୍ବରୁ ବିଦ୍ଯାଳୟର ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କାରୀ ଛାତ୍ରଛାତ୍ରୀଙ୍କୁ ଏବଂ ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ଦେବୀପ୍ରସାଦ ସାହୁଙ୍କୁ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥିଲା । ପରିଶେଷରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶିକ୍ଷୟିତ୍ରୀ ସୁଦୀପ୍ତା ପଟ୍ଟନାୟକ ସମେତ ବିଦ୍ଯାଳୟର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସହଯୋଗ ପ୍ରଦାନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ତପନ କୁମାର ବଳିୟାରସିଂ ଧନ୍ୟବାଦ ଅର୍ପଣ କରିଥିଲେ।


