ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ଲାଷ୍ଟିକ ମୁକ୍ତ  ସଚେତନତା ଅଭିଯାନ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ନାତକ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ବାରା ‘ନୂଆ-ଓ ‘ ସାମାଜିକ କାର୍ଯ୍ୟକ୍ରମ ଜରିଆରେ ନିକଟସ୍ଥ ଶୁଣ୍ଢିପଲ୍ଲୀ ଗ୍ରାମରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଲାଗି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟ ଅଧ୍ଯକ୍ଷ ଅନୁପ କୁମାର ମିଶ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁକ୍ତ ୩ ର ନୋଡାଲ ଅଫିସର ହିମାଂଶୁ ଶେଖର ମିଶ୍ର , ସାଂସ୍କୃତିକ କାର୍ଯ୍ୟକ୍ରମ ନୋଡାଲ ଅଫିସର ସତ୍ୟନାରାୟଣ ମିଶ୍ର ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛତା , ପ୍ଲାଷ୍ଟିକ ବର୍ଜନ , ଯୌତୁକ ପ୍ରଥା , ବାଲ୍ୟବିବାହ ପ୍ରଥା ବନ୍ଦ ଏବଂ ନାରୀ ଶିକ୍ଷା ଉପରେ ନାଟକ ପରିବେଷଣ କରି ଗ୍ରାମବାସୀ ଙ୍କୁ ସଚେତନ କରାଯାଇଥିଲା । ଅଧ୍ୟାପକ ଆଶିଷ ଷଡ଼ଙ୍ଗୀ , ଭବାନୀ ଶଙ୍କର ପାଣିଗ୍ରାହୀ , ହର୍ଷ ପ୍ରସାଦ ରଥ , ଗୋପୀନାଥ ଦାସ , ଭାଗିରଥି ସେଠୀ , କୈଳାସ ବେହେରା , ଅଧ୍ୟାପିକା ସସ୍ମିତା ସ୍ବାଇଁ , ସାଳିନି ସକ୍ସେନା , ଆରତୀ ପାତ୍ର ଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ  କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ