ଆଦର୍ଶ ଶିକ୍ଷୟିତ୍ରୀ ଶାନ୍ତିଲତା ମହାନ୍ତିଙ୍କ ସ୍ମୃତି ଚାରଣ ସଭା

ଭଦ୍ରକ, (ଆଲୋକ ଚନ୍ଦ୍ର ନାୟକ):ସ୍ବର୍ଗତା ଶାନ୍ତିଲତା ମହାନ୍ତି ଥିଲେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ । ସ୍ଥାନୀୟ ଅଞ୍ଚଳରେ ସେ ଥିଲେ ଜଣେ ପ୍ରତିଭାବାନ ବ୍ୟକ୍ତିତ୍ବ । ଏକାଧାରରେ ସେ ଥିଲେ ଜଣେ କବି, ଶିଶୁ ସାହିତ୍ୟିକା, ଗାଳ୍ପିକା ଓ ଆଦର୍ଶ ଶିକ୍ଷୟିତ୍ରୀ । ତାଙ୍କର ଅନନ୍ୟ ପ୍ରତିଭା ପାଇଁ ତାଙ୍କୁ ଝୁରୁଛି ଗା’ର ମାଟି, ପାଣି, ପବନ ବୋଲି ତାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୃତି ଚାରଣ ସଭାରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କୁଳେଇପଦାରେ ଥିବା ତଥାସ୍ତୁ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଶିଷ୍ଠ ସାହିତ୍ୟିକ ଇଂ. ଅଭୟ ସୁତାରଙ୍କ ପୌରୋହିତ୍ଯରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ଭଦ୍ରକ ମହାବିଦ୍ୟାଳୟର ସେବା ନିବୃତ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ଡାଃ. ରାମଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତା ମହାନ୍ତିଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ । ଆଧ୍ୟାତ୍ମିକ ପତ୍ରିକା ଅମୃତ ଦର୍ଶନର ସଂପାଦକ, ପ୍ରବଚକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ମୂଖ୍ୟ ବକ୍ତା ଭାବେ ଯୋଗଦେଇ “ସ୍ବୟଂସିଦ୍ଧା ଶାନ୍ତିଲତା” ଶୀର୍ଷକ ସ୍ମରଣିକା ଉନ୍ମୋଚନ କରିଥିଲେ । ସଭାରେ ଭଦ୍ରକ ଅତିରିଲ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରଣୟ ନାୟକ, ବନ୍ତ ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳା ବାଳା ନାୟକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଶାନ୍ତିଲତାଙ୍କ ସ୍ମୃତିଚାରଣ କରିଥିଲେ । ସ୍ବର୍ଗତା ମହାନ୍ତିଙ୍କ ସ୍ବାମୀ ଗଦାଧର ନାୟକ ଓ ସୁପୁତ୍ର ଶିକ୍ଷକ ଦିଲ୍ଲୀପ ଶେଖର ନାୟକ, ପତିତପାବନ ନାୟକ, କନ୍ୟା ମିନର୍ଭା ପ୍ରିୟ ଦର୍ଶନୀ ରାୟ ମଧ୍ୟ ସ୍ମୃତିସଭାରେ ଉପସ୍ଥିତନ ରହି ସ୍ମୃତି ଚାରଣ କରିଥିଲେ । ଶିକ୍ଷକ କୃଷ୍ଣଚନ୍ଦ୍ର ଜେନା ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବାଳା ସାମଲ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ମୂରଲୀଧର ବଳ, ଶ୍ରୀନାଥ ନାୟକ, ବ୍ରହ୍ମାନନ୍ଦ ନାୟକ, ଅକ୍ଷୟ ନାୟକ, ସାରସ୍ବତ ସାଧକ ଭାବେ କବି ମନ୍ମଥ ବିଶ୍ବାଳ, କରୁଣାକର ବେହୁରିଆ, ସାମ୍ବାଦିକ ଭାବେ ଦୀପ୍ତି ରଞ୍ଜନ ନାୟକ ଓ ବାବାଜୀ ଶଙ୍କର ପାଢୀ, ନାଟ୍ୟକାର ସନ୍ତୋଷ ପାଢୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଶାନ୍ତିଲତାଙ୍କ ପରିବାର ପକ୍ଷରୁ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ