ଆଦିବାସୀ ଙ୍କ ପାଇଁ ଜାତୀୟ କଂଗ୍ରେସ ମହମବତୀ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜଣାଇଲା

ବାଲେଶ୍ୱର, (ସରୋଜ ପଣ୍ଡା):ଆପଣମାନେ ଜାଣନ୍ତି ଯେ ଗତ ୨୦୦୬ ମସିହା ଜାନୁଆରି ୨ ତାରିଖ ଦିନ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ବିଜେଡ଼ି-ବିଜେପି ମେଟ ସରକାର ନିଜର ଭିଟାମାଟି ପାଇଁ ସଂଗ୍ରାମ କରୁଥିବା ୧୬ ଜଣ ନିରୀହ ଆଦିବାସୀଙ୍କୁ ଟାଟା କମ୍ପାନୀ ପ୍ରିତିପାଇଁ ଅତି ନିର୍ମମ ଭାବେ ଗୁଳିକରି ହତ୍ୟା କରିଥିଲେ । ଏହି ମେଣ୍ଟ ସରକାରର ବର୍ବରତା ସେତିକିରେ ସୀମିତ ରହିଲା ନାହିଁ । ସେମାନଙ୍କର ହାତପାପୁଲି ମଧ୍ଯ କାଟି ଦିଆଯାଇଥିଲା। ଆଦିବାସୀମାନଙ୍କ ପ୍ରତି ଉଭୟ ବିଜେଡ଼ି-ବିଜେପି ସରକାରର ଏହା ଥିଲା ଏହି ଅଦ୍ଧଶତାବ୍ଦୀର ସବୁଠାରୁ ଲୋମହର୍ଷଣକାରୀ, ବର୍ବରତାପୂର୍ଣ୍ଣ ଓ କ୍ରୁରତାର ଏକ ବଳିଷ୍ଠ ଉଦାହାରଣ ।ତେଣୁ ଏହି ଘଟଣାକୁ ବିରୋଧ ପ୍ରତିବାଦ କରି ଓ ଏହି ଘଟଣାରେ ମୂର୍ତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଶ୍ରଦ୍ଧାଞ୍ଜଳି ଉଦ୍ୟେସରେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନିର୍ଦେଶ କ୍ରମେ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଙ୍କ ନେତୃତ୍ୱରେ ଆଜି ଅପରାହ୍ନ ୫:୩୦ ମିନିଟିରେ ଏକ ମହମବତୀ ଶୋଭାଯାତ୍ରା ପୋଲିସଲାଇନ ଛକ ସ୍ଥିତ ଡ଼.ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହୋଇ ଷ୍ଟେସନ ଛକ ସ୍ଥିତ ଡ଼.ଅବଦୁଲ କଲାମ ଙ୍କ ପ୍ରତିମୂର୍ତ୍ତି ଠାରେ ପହଞ୍ଚି ଥିଲା।ଶୋଭାଯାତ୍ରା ଆରମ୍ଭରୁ ପ୍ରଥମେ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଡ଼.ବାବାସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କଂଗ୍ରେସ କର୍ମୀ ମାନେ ମହମବତୀ ଜାଳି କଳିଙ୍ଗ ନଗର ସହିଦ ଅମରରହେ ନାରା ଦେଇ ଶୋଭାଯାତ୍ରା ରେ ଷ୍ଟେସନ ଛକ ଠାରେ ଡ଼.ଅବଦୁଲ କଲାମ ଙ୍କ ପ୍ରତିମୂର୍ତ୍ତି ଠାରେ ପହଁଞ୍ଚିବା ପରେ ଅଣସଙ୍ଗଠିତ ଶ୍ରମିକ କର୍ମଚାରୀ କଂଗ୍ରେସ ର ବାଲେଶ୍ୱର ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ ଡ଼.ଆବୁଦୁଲ କଲାମ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତ୍ତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ,ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମହାନ୍ତି,ଜିଲ୍ଲା କଂଗ୍ରେସ ଉପ ସଭାପତି ଗୋପୀନାଥ ପାଢ଼ୀ,ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ,ଜିଲ୍ଲା ମଜଦୂର କଂଗ୍ରେସ ସଭାପତି ସୁରେଶ ବେହେରା,ଜିଲ୍ଲା ମୁଖପାତ୍ର ସୁଧାଂଶୁ ଜେନା,କିଷାନ କଂଗ୍ରେସ ଜିଲ୍ଲା ସଭାପତି ଜୟନ୍ତ ବେହେରା,ନୀଳଗିରି ବ୍ଲକ କଂଗ୍ରେସ ସଭାପତି ମାନରଞ୍ଜନ ପଣ୍ଡା,ରେମୁଣା ବ୍ଲକ କଂଗ୍ରେସ ସଭାପତି ତରୁଣ ଦାସ,ତୁଷାର ତପସ୍ୱୀ,ନୀଳଗିରି ଟାଉନ ସଭାପତି ଉପେନ୍ଦ୍ର ବେହେରା,ନୀଳଗିରି ଯୁବ କଂଗ୍ରେସ ସଭାପତି ଜୟଦେବ ବେହେରା,ସୁରେଶ ଜେନା,ସୁଧାକର ରାଉତ,ନିରଞ୍ଜନ ଦାସ,ଆରତୀ ଜେନା,କନେଇ ବେହେରା,ସଂଯୁକ୍ତା ବେହେରା,ଜାନୁ ମୁଖୀ,ଶକୁନ୍ତଳା ବେରା,ବିଦ୍ୟାଧର ମହାନ୍ତି,ଜୀବନ ମହାପାତ୍ର,ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ