ଆଦିବାସୀ ପଲ୍ଲୀରେ ଅଂଶୁଘାତ ମୁକାବିଲା ପାଇଁ ପ୍ରଶିକ୍ଷଣ

ଭୁବନେଶ୍ୱର : ବିଗତ କିଛିଦିନ ହେଲା ରାଜ୍ୟରେ ଅନୁଭୂତ ହେଉଛି ନାହିଁ ନଥିବା ଖରା । ଚୈତ୍ର ମାସରେ ବୈଶାଖର ଝାଞ୍ଜି ପବନ ବହୁଛି । ଟିଟିଲାଗଡ଼ ପୁଣିଥରେ ତତଲାଗଡ଼ର ଅପଖ୍ୟାତି ପାଇବା ସହ ରାଜ୍ୟର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରକୁ ହୋଇଯାଇଛି । ଅସହ୍ୟ ଗୁଳୁଗୁଳି ଓ ତାତିରେ ସନ୍ତୁଳି ହେଉଛି ଅଧା ଓଡ଼ିଶା । ଆଗକୁ ଆହୁରି ବଢିବ ତାତି । ଏପ୍ରିଲରୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏଲ୍ନିନୋର ପ୍ରଭାବରେ ରୌଦ୍ରତାପ ଅସହ୍ୟ ହେବ ବୋଲି ପୂର୍ବାନୁମାନ କରିଛନ୍ତି ବିଶେଷଜ୍ଞ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅନ୍ତର୍ଗତ କନ୍ଦଳେଇ ଆଦିବାସୀ ପଲ୍ଲୀଠାରେ ନୂଆଦିଲ୍ଲୀସ୍ଥିତ ସାମାଜିକ ସଂଗଠନ ‘ଆଶ୍ରା’ ପକ୍ଷରୁ ଅଂଶୁଘାତ ସଚେତନତାକୁ ନେଇ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ତ୍ତ୍ୱାବଧାନରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ରୌଦ୍ରତାପକୁ ମୁକାବିଲା ପାଇଁ କଣ କରାଯିବା ଉଚିତ୍ ଓ ନୁହେଁ ସେ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ନାୟକ, ସାମାଜିକ କର୍ମୀ ପ୍ରିୟବ୍ରତ ପଣ୍ଡା, ପ୍ରଦୀପ ରଞ୍ଜନ ରାଉତ, ତ୍ରିଲୋଚନ ବେଉରା ପ୍ରମୁଖ ଯୋଗଦେଇ ତାଲିମ୍ରେ ସହଯୋଗ କରିଥିଲେ । ଆଶ୍ରା ପକ୍ଷରୁ ଗ୍ରାମବାସୀଙ୍କୁ ଓଆରଏସ୍ ଯେଗାଇ ଦିଆଯାଇଛି । ଗ୍ରାମର ପ୍ରତ୍ୟେକଟି ପରିବାର ଦିନ ମଜୁରିଆ ହୋଇଥିବାରୁ ଜୀବନ ସୁରକ୍ଷା
ପାଇଁ ଅପରିହାର୍ଯ୍ୟ ଦିଗଗୁଡ଼ିକ ବାବଦରେ ଆଲୋଚନା କାର୍ଯ୍ୟକ୍ରମର ଆଭିମୁଖ୍ୟ ବୋଲି ସାହୁ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ