ସାମାଜିକ ସରରସତା ମଞ୍ଚ ତରଫରୁ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ
ଭୁବନେଶ୍ୱର : ସାମାଜିକ ସରରସତା ମଞ୍ଚ,ଭୁବନେଶ୍ୱର ମହାନଗର ତରଫରୁ ଡ.ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ସ୍ଥାନୀୟ ଇଡ୍କଲ ଅଡିଟୋରିମ୍ରେ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ମହାନଗର ସଂଯୋଜକ ରାଜେଶ ରାୟଙ୍କ ସଂଯୋଜନା ତଥା ମଂଚର ପ୍ରାନ୍ତ ପ୍ରମୁଖ ଘନଶ୍ୟାମ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏକାମ୍ର ମହାବିଦ୍ୟାଳୟ ସାହିତ୍ୟ ବିଭାଗ ମୁଖ୍ୟ ଡ.ପ୍ରଶାନ୍ତ କୁମାର ସେଠୀ ମୁଖ୍ୟ ଅତିଥି ଓ ବିଶିଷ୍ଟ ସମାଜସେବୀ ସମୀର କୁମାର ମହାନ୍ତି ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. ସେଠୀ କହିଲେ ଯେ, ମଣିଷର ଇଛାଶକ୍ତି ଓ ଆଗ୍ରହ ଆଗରେ ସବୁକିଛି ସମ୍ଭବ ହୁଏ । ଯାହା ଆମ୍ବେଦକରଙ୍କ ଜୀବନରେ ଘଟିଛି । ଗୋଟିଏ ଦରିଦ୍ର ପରିବାରର ପିଲା ବିଶ୍ୱରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ପରିଚିତ । ତାଙ୍କର ଜ୍ଞାନ, ବିଦ୍ୱତା, ସଂସ୍କାର ସମଗ୍ର ଜାତିକୁ ଏକ ନୂଆ ଦିଗ୍ଦର୍ଶନ ଦେଇଛି । ସେ କୌଣସି ନିର୍ଦ୍ଦିଷ୍ଟ ବର୍ଗ ପାଇଁ କାମ କରୁନଥଲେ । ସମାଜର ପରିବର୍ତ୍ତନ ପାଇଁ ସଦା ସର୍ବଦା ଚେଷ୍ଟା କରୁଥିଲେ । ସେ ଚାହୁଁଥିଲେ ସମାଜର ସଂସ୍କାର । ତାଙ୍କର ବିଚାରକୁ ଯଦି ଆମେ କାର୍ଯ୍ୟରେ ପରିଣତ କରିବା ଭାରତ ପୁଣି ଥରେ ସୁନାର ଭାରତ ହୋଇ ଛିଡାହେବ । ମୁଖ୍ୟ ଅତିଥି ମହାନ୍ତି କହିଲେ ଯେ, ସମାଜରେ ବହୁ ବୈଷମ୍ୟ ଅଛି ତାକୁ ଦୁର କରିବା ପାଇଁ ସାମାଜିକ ସମରସତା ଦରକାର । ସେଥିପାଇଁ ସାମାଜିକ ସମରସତା ମଂଚ ସୃଷ୍ଟି ହୋଇଛି । ଏହି ବିଷମତା କେବଳ ଭାରତରେ ନାହିଁ । ସାରା ବିଶ୍ୱରେ ମଧ୍ୟ ଭରି ରହିଛି । ତାକୁ ଦୁର କରିବାକୁ ହେବ । ସାମାଜିକ ସମରସତାରୁ ସମତା ଜନ୍ମ । ଯେପର୍ଯ୍ୟନ୍ତ ସମରସତା ନ ଆସିଛି ସେ ପର୍ଯ୍ୟନ୍ତ ସମତା ଆସିବ ନାହିଁ । ସମରସତା ଆସିବା ପରେ ଆମକୁ ଏକ ରସ ହେବାକୁ ହେବ । ରସ ଆସିଲେ ଆମ ଭିତରେ ଏକତା ଆସିବ । ତେଣୁ ଆମେ କେତେ ଦୁରରେ ଅଛୁ । ଏକ ରସତା ହୋଇନାହିଁ । ଏକତା ଆସିବ କେଉଁଠୁ । ଏକ ରସ ପୂର୍ବରୁ ସମ ରସତ ହୋଇନାହିଁ । ସମତା ଆସିବ କେଉଁଠୁ । ଏପର୍ଯ୍ୟନ୍ତ ସାମାଜିକ ସମରସତା ହୋଇ ପାରିନାହିଁ । ଆରଏସ୍ଏସ୍ ଭଳି ସଂସ୍ଥା ସମାଜରେ ସମରସତା ଆଣିବା ପାଇଁ ଚେଷ୍ଟା ଚଳାଇଛି । ବାବା ସାହେବ ଆମ୍ବେଦକର ଯାହା ଚାହୁଁଥିଲେ ତାହାକୁ ସଂଘ କାମରେ କରି ଦେଖାଉଛି । ବାବା ସାହେବଙ୍କ ବିଚାରକୁ ସଂଘର ସ୍ୱୟଂସେବକମାନେ ଯେପରି ନିଜ ଠାରୁ ପ୍ରୟୋଗ ଆରମ୍ଭ କରିଛନ୍ତି ଠିକ୍ ସେହିପରି ଆମେ ସମସ୍ତେ ସେହି ପରି କରି ପାରିଲେ ସମାଜରେ ଏକତା ପ୍ରତିଷ୍ଠା ହେବା ସହିତ ସମରସତା ଆସି ପାରିବ । ସମରସତାଯୁକ୍ତ ସଂଗଠିତ ସମାଜ ଦ୍ୱାରା ଭାରତବର୍ଷ ଉକ୍ରର୍ଷର ଚରମସୀମାକୁ ସ୍ପର୍ଷ କରି ପାରିବ । ବାସ୍ତବରେ ସମାନତାର ସମାଜ ପ୍ରତିଷ୍ଠା ପାଇଁ ବଳିଷ୍ଠ ନେତୃତ୍ୱ ନେଇଥିବା ଭାରତରତ୍ନ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ପ୍ରାତଃ ସ୍ମରଣୀୟ ବୋଲି ପ୍ରକାଶ କରିଛନ୍ତି ।


