ଆଦିବାସୀ ମହାବିଦ୍ୟାଳୟରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗ ତରଫରୁ ମହାବିଦ୍ୟାଳୟର ଅଧକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ଅଧ୍ୟକ୍ଷତାରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ, ତେଜେଶ୍ୱର ନାୟକ, ସରୋଜ କୁମାର ପାଠୀ, ନୀଳାଞ୍ଚଳ ମହାରଣା, ଡ଼.ସୁଶାନ୍ତ କୁମାର ଦାସ, ଶ୍ରୀକାନ୍ତ କୁମାର ସାହୁ, ହିମାଂଶୁ ଚରଣ ସାହୁ, ସାଲାରାମ ମାରାଣ୍ଡି, ଦଣ୍ଡପାଣି ଭୁୟାଁ , ଡ଼.ସଂଯୁକ୍ତା ନାୟକ ଓ କାର୍ତ୍ତିକ ଚନ୍ଦ୍ର ସାମଲ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଯୋଗ ଦେଇ ପର୍ଯ୍ୟଟନ ଦିବସର ତାପର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଶତାଧିକ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ