ଆନନ୍ଦ ମାର୍ଗ ପକ୍ଷରୁ ଆଦର୍ଶ ସମାଜ ନିର୍ମାଣ ସମ୍ପର୍କରେ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶ୍ୱ ଆଧ୍ୟାତ୍ମିକ ତଥା ସମାଜସେବା ସଂଗଠନ ‘ଆନନ୍ଦ ମାର୍ଗ’ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ଠାରେ ଚଳିତ ଜୁଲାଇମାସ ୮ତାରିଖରୁ ଯୋଗାସନ, ସାଧନା ବିଜ୍ଞାନ ଏବଂ ଆଦର୍ଶ ସମାଜ ନିର୍ମାଣ ଉପରେ ଏକ ସେମିନାର ଓ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି । ତିନିଦିନ ବ୍ୟାପି ଚାଲିବାକୁ ଥିବା ଏହି ଶିବିର ଆସନ୍ତା ରବିବାର ଉଦଯାପିତ ହେବ । ଏହି ଶିବିରରେ ଯୁବ,ଛାତ୍ର, ସମାଜସେବୀ, ବୁଦ୍ଧିଜୀବି, ଯୁବତୀ ଓ ମହିଳା ପ୍ରତିନିଧିମାନେ ପ୍ରଶିକ୍ଷାର୍ତୀ ଭାବେ ଯୋଗଦେଇଛନ୍ତି । ଆନନ୍ଦ ମାର୍ଗର ଖ୍ୟାତି ସମ୍ପନ୍ନ ଯୋଗ ବିଶାରଦ ଏବଂ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରୁଛନ୍ତି । ଏହି ଅବସରରେ ଶନିବାର ଅପରାହ୍ନ ୪ଘଟିକାରେ କପାଳେଶ୍ୱରସ୍ଥିତ ଆନନ୍ଦ ମାର୍ଗ ଯୋଗଧ୍ୟାନ କେନ୍ଦ୍ରରୁ ଏକ ଆଧ୍ୟାତ୍ମିକ ଜାଗରଣ ଓ ସଦଭାବନା ଶୋଭାଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ଦେଇ ନୁଆବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇଥିଲା । ଶୋଭାଯାତ୍ରା ପହଞ୍ଚିବା ପରେ ସେଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋଭାଯାତ୍ରାରେ ସନ୍ୟାସୀ, ସନ୍ୟାସିନୀ, ଯୁବ, ଛାତ୍ର, ସମାଜସେବୀ, ଯୁବତୀ ଓ ମହିଳାଙ୍କ ସମେତ ପ୍ରାୟ ୨ଶହରୁ ଉର୍ଦ୍ଧ୍ୱ ଅନୁଗାମୀ ବିଭିନ୍ନ ବିଶ୍ୱ କଲ୍ୟାଣକାରୀ ଧ୍ୱନୀ ଦେଇ ସହର ପରିକ୍ରମା କରିଥିଲେ । ଆମ ସମାଜ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ଏଭଳି ପ୍ରଶିକ୍ଷଣ ଶିବିର ଏବଂ ଆଧ୍ୟାତ୍ମିକ ଜାଗରଣ ଓ ସଦଭାବନା ଶୋଭାଯାତ୍ରା ଭଳି ସମୟୋପଯୋଗୀ କାର୍ଯ୍ୟକ୍ରମକୁ କେନ୍ଦ୍ରାପଡାର ବହୁ ଚିନ୍ତାଶୀଳ ନାଗରିକ ମାନେ ପ୍ରଶଂସା କରିଛନ୍ତି । ଏହି ଶୋଭାଯାତ୍ରାରେ ଆନନ୍ଦ ମାର୍ଗ ସଂଗଠନର ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ, ଆଚାର୍ଯ୍ୟ ପର୍ସୁନାନନ୍ଦ, ଆଚାର୍ଯ୍ୟ ପ୍ରେମେନ୍ଦ୍ରାନନ୍ଦ, ଆନନ୍ଦ ରୁପାତୀତା, ପ୍ରଫେସର କୁଳମଣି ନାୟକ, କାହ୍ନୁଚରଣ ବେହୁରା, ଅନୁସୟା ପାତ୍ର, ବନ୍ଦିତା ଦାସ, ରାଜଶ୍ରୀ ବିଶ୍ୱାଳ, ପିତାମ୍ବର ଭୂୟାଁ, ତାରାକାନ୍ତ ଆଚାର୍ଯ୍ୟ, ଚିତ୍ତରଞ୍ଜନ ରାଉତ, କେଦାର ନାଥ ସାହୁ, ଜିଲ୍ଲା ପ୍ରତିନିଧି ପ୍ରମୋଦ କୁମାର ଦେବ, ଗଣେଶ ପରିଡା, ଅଶୋକ ମହାରଣା, ସରୋଜ ମହାପାତ୍ର, ନିରଞ୍ଜନ ପରିଡା ପ୍ରମୁଖ ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ