ଆନନ୍ଦ ସଙ୍ଗୀତାୟନର 87 ତମ ଭଞ୍ଜ ସଙ୍ଗୀତ ଆସର
ଭଞ୍ଜନଗର,(ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲାର ଭଂଜନଗରସ୍ଥିତ ଆନନ୍ଦ ସଙ୍ଗୀତାୟାନ 87ତମ ଭଞ୍ଜ ସଂଗୀତ ଆସର ସଂସ୍କୃତି ବିକାଶ ସଂସଦର ଆୟୋଜନରେ ସ୍ଥାନୀୟ ତୁଳସୀ ପଲି ଠାରେ ଭଞ୍ଜ ସଂଗୀତ ସନ୍ଧ୍ୟା ଅନୁଷ୍ଠିତ ହୋଇଅଛି | ଉକ୍ତ ସନ୍ଧ୍ୟାକୁ କବି ଅରୁଣାଚଳ ପତି ଉଦଘାଟନ କରିଥିଲେ | ସ୍ବର୍ଗତ ବିଷ୍ଣୁ ପ୍ରିୟା ପତିଙ୍କ ଉଦ୍ୟେଶରେ ଏହିସନ୍ଧ୍ୟାକୁ ସମର୍ପିତ କରାଯାଇଥିଲା| ପତି ପରିବାରଙ୍କ ତରଫରୁ ଏହି ସଂଗୀତ ସନ୍ଧ୍ୟାର ସହାଭାଗିତା ପୂର୍ବକ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା|ଅନୁଷ୍ଠାନର ଶିଳ୍ପୀ ଚିନ୍ମୟୀ ଗୌଡ଼, ଶୁଭସ୍ମିତା ମହାରଣା ପୁଷ୍ପାଞ୍ଜଳି ସାହୁ ନିପାରଣୀ ଗୌଡ଼, ଭଂଜସଂଗୀତ ପରିବେଷଣ କରିଥିଲେ | ମୃଦଙ୍ଗ ବାଦକରେ ଅଭିଷେକ ମହାପାତ୍ର ସହଯୋଗ କରିଥିଲେ, ଶେଷରେ ଭାସ୍କର ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |