ସାବିତ୍ରୀ ମହିଳା ମହବିଦ୍ୟାଳୟରେ ରାଜନୀତି ବିଭାଗ ତରଫରୁ ପାଠଚକ୍ର

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ସାବିତ୍ରୀ ମହିଳା ମହବିଦ୍ୟାଳୟରେ ରାଜନୀତି ବିଭାଗ ତରଫରୁ ପାଠଚକ୍ର ର ଅୟୋଜନ କରାଯାଇଥିଲା।” ଭାରତ ସମ୍ବିଧାନରେ ଧର୍ମ ନିରପେକ୍ଷତା” ପାଠ ଚକ୍ର ର ମୂଳ ବିଷୟ ବସ୍ତୁ ଥିଲା। ଅଧ୍ୟକ୍ଷ ଡ ଶୁଶାନ୍ତ କୁମାର ମଲ୍ଲିକ ପlଠଚକ୍ର ଅଧ୍ୟକ୍ଷତା କରିବା ସଙ୍ଗେ ସଙ୍ଗେ ପ।ଠ ଚକ୍ରର ବିଷୟବସ୍ତୁ ଲେଖିବାରେ ଯୁକ୍ତ ତିନିର ଛାତ୍ରୀ ପୂଜାରଣି ସ୍ବାଇଁଙ୍କୁ ପରାମର୍ଶ ଓ ସହାର୍ୟା କରିଥିଲେ। ଡ. ପ୍ରଦୀପ କୁମାର ନାୟକ , ଅତିରିକ୍ତ ରାଜସ୍ବ କମିଶନର ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ରୂପେ ଯୋଗଦେଇଥିଲେ। ଧର୍ମନିରପେକ୍ଷତା ର ଗୁରୁତ୍ଵ ଉପରେ ଡ ନାୟକ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଓ ତାର ଗୁରୁତ୍ୱ ଉପରେ କହିଥିଲେ। ଅଧ୍ୟାପିକା ସଂଯୁକ୍ତା ପଟ୍ଟନାୟକ ସ୍ବାଗତ ଭାଷଣ ଦେଇଥିଲେ ଓ ଅଧ୍ୟାପକ ପ୍ରେମ ଚାନ୍ଦ ମଲ୍ଲିକ ସଭା ପରିଚାଳନା କରିଥିଲେ। ସଭାରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ଭାଗନେଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ